ନୂଆପଡ଼ା: ରାସ୍ତା ମଝିରେ ୨ ଯୁବତୀଙ୍କୁ ଛୁରାମାଡ଼ କଲା ରକ୍ତମୁଖା ଯୁବକ। ବୋଡେନ୍ ବଜାର ରାସ୍ତାରେ ଯୁବତୀଙ୍କ ଅଣ୍ଟା, ବେକ, ହାତକୁ ଛୁରାମାଡ଼ କରାଯାଇଛି। ଯୁବକର ଛୁରାମାଡ଼ରେ ୨ ଯୁବତୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୋଡେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା...
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଠାରେ ଥିବା ଏକ ଟେକ୍ସଟାଇଲ୍ ଗୋଦାମରେ ନିଆଁ ଲାଗି ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବେଲି କୁହାଯାଉଛି। ଘଟଣା ମୁତାବକ ଅହମ୍ମଦାବାଦ ପିରାନା ପିପ୍ଲାଜ ରୋଡ୍ ସ୍ଥିତ ଏକ ଟେକ୍ସଟାଇଲ ବିଲ୍ଡିଂରେ ନିଆଁ ଲାଗିଥିଲା। ଏହି...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ହାର କମୁଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ପ୍ରତିଦିନ ଦିଲ୍ଲୀରେ କରୋନା...
ଆଠଗଡ଼: ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶାଶୂଘର ଲୋକଙ୍କ ସହ ଗାଁର କିଛି ଲୋକ ମିଶି ବୋହୂକୁ ମାଡ଼ ମାରିଥିବା ପୋଲିସ୍ କହିଛି। ଆଠଗଡ଼ ଉପଖଣ୍ଡ କାନପୁର ଥାନା ସିଆରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସିଆରିଆ ଗାଁର ମଧୁସ୍ମିତା ରାଉତଙ୍କୁ...
ଭୁବନେଶ୍ୱର: ଦୀପାବଳି କଟକଣା ତଦାରଖ କରିବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲା ଗସ୍ତ କରି କଟକଣା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ ପରିଚାଳନା ସମୀକ୍ଷା ଅବସରରେ ପର୍ଯ୍ୟବେକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। କଟକଣା କଡ଼ାକଡ଼ି କାର୍ଯ୍ୟାକାରୀ ପାଇଁ ଜିଲ୍ଲାପାଳ ଓ...
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୮୨୦୭୩ ରେ ପହଞ୍ଚିଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ...
ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର କିନ୍ତୁ ଔଷଧ ଦୋକାନରେ ପଶି କଳା କନା ବୁଲାଇଛନ୍ତି ଏହି ଲୁଟେରା। ଯାହାର ପୁରା ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି। ଭୁବନେଶ୍ୱର ବାଲିଅନ୍ତାରେ ଥିବା ଏକ ମେଡିସିନ୍ ଦୋକାନରେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଲୁଟେରାମାନେ ପଶି...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକାମ୍ର ଉଦ୍ୟାନ ନିକଟରେ ଥିବା ୨୦ ଏକର ଜଙ୍ଗଲ ଜମିରେ କଂକ୍ରିଟ ଜଙ୍ଗଲ ନିର୍ମାଣ ଯୋଜନାକୁ ବିରୋଧ କରିଛି ବିଜେପି। ଏହି ଉଦ୍ୟାନ ପରିସରରେ ଥିବା ୨୬ ଏକର ଜମିରୁ ୨୦ ଏକରରୁ ଅଧିକ ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପାଇଁ ଉଦ୍ୟାନ...
ଭୁବନେଶ୍ୱର: ପରୀକ୍ଷା ସରିଲା, ଫଳ କେମିତି ହୋଇଛି, ସେ ନେଇ ଆରମ୍ଭ ହୋଇଗଲାଣି ଅଙ୍କ କଷା। ବାଲେଶ୍ୱର ଓ ତିର୍ତ୍ତୋଲରେ ଭୋଟ୍ ସରିବା ପରେ ଫଳାଫଳକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଯଦିଓ ଉପନିର୍ବାଚନ ଫଳ ସେଭଳି କୌଣସି ଫରକ୍ ପକାଇବ ନାହିଁ, ତଥାପି ଆଗକୁ ରାଜ୍ୟ ରାଜନୀତି...
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୦ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ନଭେମ୍ବର ୨୦ ତାରିଖରେ ଆଗତ ହେବ ଚଳିତ ୨୦୨୦-୨୧ ଆର୍ଥିକ...
ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ, ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତିର ଅଭିଯୋଗ ଆସିଛି। ତଥ୍ୟ ଭିତ୍ତିକ ପ୍ରମାଣ ସହ ଏଭଳି ସଂଗୀନ ଅଭିଯୋଗ ଆଣି ଆଜି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ପ୍ରଦୀପ...
ଭୁବନେଶ୍ୱର: ରାଜଧାନୀରେ ଜଣେ ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ଆଦିବାସୀ ନାବାଳିକା ଅନ୍ତଃସତ୍ତ୍ୱା ହେବା ଅଭିଯୋଗରେ ପୋଲିସର ତନାଘନା ଆରମ୍ଭ କରିଛି। ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ...
ନୂଆଦିଲ୍ଲୀ: କରୋନା କାରଣରୁ ଏବେ ବିଭିନ୍ନ କମ୍ପାନୀର କର୍ମଚାରୀ ହୁଅନ୍ତୁ ବା ଘରେ ରହୁଥିବା ବ୍ୟକ୍ତି, ସମସ୍ତେ ଇଣ୍ଟରନେଟ୍ର ବହୁଳ ବ୍ୟବହାର କରୁଛନ୍ତି। ଯାହା ଫଳରେ ସାଧାରଣ ରିଚାର୍ଜରେ ଡାଟା ଖୁବ୍ କମ୍ ମିଳୁଥିବାରୁ ବ୍ୟବହାରକାରୀ ଅସନ୍ତୁଷ୍ଟ ହେଉଛନ୍ତି। ଏହାଛଡ଼ା ଓଟିଟି ପ୍ଲାଟଫର୍ମର ଅଧିକ ବ୍ୟବହାର କାରଣରୁ ଡାଟା...
ଭୁବନେଶ୍ୱର: ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଓଡ଼ିଶାକୁ ପୁଣି କରୋନା ସଂକ୍ରମଣ ଡର। ଏହି ସମୟ ବେଳକୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏବେଠୁ ସତର୍କ ରହିବାକୁ ପଡ଼ିବ ବୋଲି କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ବେଳେ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ...