• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

gyale
ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୦ ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ...

school 11
ନିଷ୍ପତ୍ତିର କିଛି ସମୟ ପରେ ବଦଳିଲା ସ୍କୁଲ୍ ଖୋଲିବା ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ୍‌, କଲେଜ ଖୋଲିବା ନେଇ ଯେଉଁ ନିର୍ଦ୍ଦେଶନାମା ଜାରି କରାଯିବାର କିଛି ସମୟ ପରେ  ସେଥିରେ ସଂଶୋଧନ କରାଯାଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବ କି ନାହିଁ ସେ ନେଇ ଆଲୋଚନା ପରେ ଗଣଶିକ୍ଷା ବିଭାଗ...

pm
ଦେଶରେ ଆରମ୍ଭ ହେଲା ସି ପ୍ଲେନ୍ ସର୍ଭିସ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ସି ପ୍ଲେନ୍ ସର୍ଭିସର ଉଦ୍‌ଘାଟନ କରିଛନ୍ତି। ଏହି ପ୍ଲେନ୍‌ କେଓ୍ୱାଡ଼ିଆଠାରୁ ସାବରମତି ମଧ୍ୟରେ ଚଳାଚଳ କରି ଗୁଜୁରାଟର ଦୁଇଟି ପ୍ରୋଜେକ୍ଟକୁ ସଂଯୋଗ କରିବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୫ତମ ବାର୍ଷିକୀ ଏବଂ ରାଷ୍ଟ୍ରିୟ ଏକତା ଦିବସ ଅବସରରେ...

ceo
ଇଣ୍ଡିଆନ ଏୟାର ଲଇନ୍ସରେ ପ୍ରଥମଥର ପାଇଁ ନିଯୁକ୍ତ ହେଲେ ମହିଳା ସିଇଓ

ନୂଆଦିଲ୍ଲୀ: ଭାରତୀୟ ବିମାନ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଆଲିଆନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରିଯାଇଛି। ହରପ୍ରିତ ଏ ଡେ ସିଂହ ନାମକ ଜଣେ ମହିଳାଙ୍କୁ ଏହି ପଦବୀରେ ସରକାର ନିଯୁକ୍ତି ଦେଇଛନ୍ତି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ...

w
ଦିଲ୍ଲୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୀର୍ଘ ୫୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏନେଇ ତଥ୍ୟ ଜାରି କରିଛି। ଆଇଏମ୍‌ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଅକ୍ଟୋବର ମାସରେ ଏତେ ଶୀତ କେବେ ବି ହୋଇ ନ ଥିଲା।  ଦୀର୍ଘ ୫୮ ବର୍ଷ ଅର୍ଥାତ...

spo
ମୁମ୍ୱାଇଠାରୁ ହାରିଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲ୍‌ର ୫୧ତମ ମ୍ୟାଚ୍‌ରେ ଆଜି ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଇଛନ୍ତି। ମୁମ୍ବାଇର ଅଧିନାୟକ କାଏରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ବୋଲରଙ୍କ ସମ୍ନା କରିବାକୁ ସେତେଟା...

b
ଆଜି ଆକାଶରେ ଦେଖାଯିବ ନୀଳ ଜହ୍ନ

ଆଜି ଆକାଶରେ ଦେଖାଯିବ ନୀଳ ଜହ୍ନ। ରାତିର ଆକାଶରେ ଆଜି ଚନ୍ଦ୍ର ଅଧିକ ଉଜ୍ୱଳ ଦେଖାଯିବ। ନୀଳଜହ୍ନ ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳକୁ ଦୃଶ୍ୟମାନ ହେବ। ଭାରତରେ ରାତି ୮ଟା ୧୯ରେ ନୀଳଜହ୍ନ ଦୃଶ୍ୟମାନ ହେବ। ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ୱିତୀୟ ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ରକୁ...

crime branch
OTV ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି। କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ...

‘ଜବରଦସ୍ତି ଘରେ ପଶି ମୋ ବାପାଙ୍କୁ ଉଠାଇ ନେଲେ’

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି। ବିନା ନୋଟିସ୍‌ରେ ଭୋର୍‌ରୁ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଉଠାଇ ନେଇଥିବା ତାଙ୍କ ଝିଅ ଗାୟତ୍ରୀ କହିଛନ୍ତି। ସେ କହିଛନ୍ତି, ଭୋର୍ ସମୟରେ ୪-୫ ଜଣ ଅଧିକାରୀ ଘରେ ପଶି ବାପାଙ୍କୁ...

a
ବିରାଟଙ୍କୁ ଆଉଟ୍‌ କରି ରେକର୍ଡ କଲେ ସନ୍ଦୀପ ଶର୍ମା

ଶାରଜାହ: ଗତକାଲି ଶାରଜାହରେ ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ୫୨ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର୍ ସନ୍ଦୀପ ଶର୍ମା ନିଜ ନାମରେ ଏକ ରେକର୍ଡ ଯୋଡ଼ିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପ୍ଟେନ୍‌ ବିରାଟ କୋହଲିଙ୍କୁ ଆଉଟ୍‌କରି ସେ ଏହି ରେକର୍ଡ କରିଛନ୍ତି। ସନ୍ଦୀପ ଆଇପିଏଲରେ କୋହଲିଙ୍କୁ ସାତଥର ଆଉଟ୍‌କରି...

b
'ଟ୍ରମ୍ପଙ୍କ ରାଲିରେ ଯୋଗ ଦେଇଥିବା ଲୋକଙ୍କୁ ଦେବାକୁ ପଡ଼ିବ ବହୁ ମୂଲ୍ୟ'

ନିୟୁର୍କ : ଆମେରିକା ନିର୍ବାଚନ ପ୍ରଚାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ପାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରଚାର ପାଇଁ କରିଥିବା ୧୮ଟି ରାଲିରେ ୩୦ ହଜାର ଲୋକ କରୋନାରେ ଆକ୍ରନ୍ତ ହେବା ସହ ୭ ଶହ ମରିଛନ୍ତି। ଏ ନେଇ  ଷ୍ଟାନଫୋର୍ଡ...

cc
ପୋଲିସ୍‌ ବିରୋଧରେ ରୁଜୁ ହେଲା ମୃତ୍ୟୁ ମାମଲା

ବିହାର: ମୁଙ୍ଗେର ଗୁଳିକାଣ୍ଡରେ ମୃତ ଯୁବକ ଅନୁରାଗ ପୋଦ୍ଦାରଙ୍କ ପିତା ଦେଇଥିବା ବୟାନକୁ ନେଇ ପୋଲିସ୍‌ ବିରୋଧରେ କେସ୍ ରୁଜୁ କରାଯାଇଛି। ତାଙ୍କ ପିତା ପୋଲିସ୍‌ ଉପରେ ହତ୍ୟାର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ପୋଲିସ୍‌ ଚଳାଇଥିବା ଗୁଳି କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଏ...

dd
ହିଜ୍‌ବୁଲ୍‌ ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ଣୀରର ରାଜଧାନୀ ଶ୍ରୀନଗରରେ ହିଜ୍‌ବୁଲ୍‌ ମୁଜାହିଦୀନ ଆତଙ୍କୀ ସଙ୍ଗଠନର ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ ହୋଇଛି। ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ୍‌ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନାକୁ...

e
ଚେନ୍ନାଇ ଜିତି ପ୍ଲେ ଅଫ୍‌ରୁ ପଞ୍ଜାବକୁ ବିଦା କଲା

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୩ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଶେଖ ଜାଏଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଚେନ୍ନାଇ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌...

f
ଦୁଇ ମହଲା ଛାତ ଉପରୁ ୫ ପିଲାଙ୍କୁ ତଳକୁ ଠେଲିଦେଲେ ମହିଳା

ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଦୁଇ ମହଲା ଛାତ ଉପରକୁ ୫ ଜଣ ପିଲାଙ୍କୁ ଡାକି ନେଇ ଜଣ ଜଣ କରି ତଳକୁ ଫୋପାଡ଼ିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଝାଡ଼ଖଣ୍ଡର ନଗର ଥାନା ଅଧିନ ପୁରୁଣା ସାହିବଗଞ୍ଜରେ ଏପରି...

gg
ମିଠା କେଜି ୯ ହଜାର

ସୁରତ: ବର୍ତ୍ତମାନ ସାରା ଦେଶରେ ପାର୍ବଣ ଋତୁ ଚାଲିଛି। ଆଗକୁ ଆସୁଥିବା ଦୀପାବଳୀ ପାଇଁ ଏବେ ଲେକମାନେ ସଜବାଜ ହେଲେଣି। ଏଥିସହ ମିଠାର ମଧ୍ୟ ଚାହିଦା ବଢ଼ିଛି। ଗୁଜୁରାଟ ସୁରତର ଏକ ଦୋକାନରେ ସ୍ଥାନୀୟ ଅଞ୍ଚଳର ଦାମୀ ମିଠାର ବିକ୍ରି ଅଧିକ ମାତ୍ରାରେ ହେଉଛି। ଯାହାର କେଜି ପ୍ରତି...