ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ଖେଳ ରତ୍ନ ହଟାଇ ଦିଆଯାଇଛି। ହେଲେ ଏହାକୁ ହଜମ କରିପାରିନି ମହାରାଷ୍ଟ୍ର ସରକାର । ଏହି ଘଟଣାର କିଛି ଦିନ ପରେ ଉଦ୍ଧବ ସରକାର ପୁଣି ଏକ ପୁରସ୍କାର ଘୋଷଣା କରିଛନ୍ତି । କୁହାଯାଉଛି, କେନ୍ଦ୍ରକୁ...
ପୁଣି ଚର୍ଚ୍ଚାକୁ ଆସିଲା ଉହାନ। କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ। ଦୀର୍ଘ ୭ ମାସ ପରେ ମଙ୍ଗଳବାର କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ମଙ୍ଗଳବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଭାରତ ବିଶେଷ କରି ଓଡ଼ିଶା ପାଇଁ ଭୟଙ୍କର ଚେତାବନୀ ! ଭାରତର ପାଣିପାଗ ଏବଂ ପରିବେଶରେ ଦେଖାଦେବ ଅପ୍ରତ୍ୟାଶିତ ପରିବର୍ତ୍ତନ । ଏହାର ପ୍ରଭାବରେ କେଉଁଠି ମରୁଡି ଯୋଗୁ ହାହାକାର ସ୍ଥିତି ଦେଖାଦେବ ତ କେଉଁଠି ଏକାଧିକ ସହର ଜଳାର୍ଣ୍ଣବ ହୋଇଯିବ। ଶତାବ୍ଦୀର ଶେଷ ସୁଦ୍ଧା ଓଡ଼ିଶାର...
କୋଭିଡ ଗାଇଡଲାଇନ ମାନିବା ପାଇଁ ପ୍ରଶାସନ ଚେତାବନୀ ଦେଉଥିବାବେଳେ ନିୟମ ଉଲ୍ଲଘଂନକାରୀଙ୍କୁ କଡା ସଜା ଦେଉଛି। ହେଲେ ଏଠି କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନ କରିଛନ୍ତି ଖୋଦ ଶାସକ ଦଳର ବିଧାୟକ, ସାଂସଦ, ନେତା ଓ କର୍ମୀ।
ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ-ଗ୍ରାମବାସୀ। ଏହି ପ୍ରକଳ୍ପ କାମ ନ କରିବା ପାଇଁ ଅଞ୍ଚଳବାସୀ ଅଡି ବସିଥିବାବେଳେ କାମ ଶେଷ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର। ଏପରିକି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜାରି କରାଯାଇଛି ୧୪୪ ଧାରା ।
ରେଡ୍ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ । ଆସନ୍ତା ୨୦ ତାରିଖ ଯାଏଁ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରେଡ୍ ଆଲର୍ଟ ଜାରି କରାଯାଇଛି ।
ବିଶ୍ୱର ସବୁଠୁ କ୍ଷୁଦ୍ରତମ ନବଜାତ ଶିଶୁ, ଜନ୍ମବେଳେ ଯାହାର ଓଜନ ମାତ୍ର ଗୋଟିଏ ସେଓର ଓଜନ ସହ ସମାନ ଥିଲା। ଏହି କ୍ଷୁତ୍ରତମ ଶିଶୁ ୧୩ ମାସ ପରେ ମେଡିକାଲରୁ ଫେରିଛି ନିଜ ଘରକୁ ା ଏହାକୁ ଲୋକେ କୌଣସି ଦୈବୀ ଚମତ୍କାରଠୁ କମ୍ ଭାବୁ ନାହାନ୍ତି।
ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ...
ଆଗକୁ କରୋନା କଟକଣା କୋହଳ ହେଲେ ବି, ଟିକାକରଣ ସାର୍ଟିଫିକେଟ୍ର ଆବଶ୍ୟକତା ଆହୁରି ବଢ଼ିଯିବ। ଏହାକୁ ଦୃଷ୍ଟିରେ ରଖି, ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ହାସଲ ପ୍ରକ୍ରିୟାକୁ ଅତି ସହଜ କରିଦେଇଛନ୍ତି କେନ୍ଦ୍ର ସରକାର।
ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ। ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା
ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କରାଗଲା। ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ ଏହି ମାର୍କେଟକୁ ସିଲ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମରେ ରବିବାର ସଟ୍ ଡାଉନ ଥିବାବେଳେ ଏହି ମାର୍କେଟ ଖୋଲା ଥିଲା।
ଟୋକିଏ ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କ ସଫଳତାରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ସହ ପୁରସ୍କାର ଅଜାଡ଼ି ହୋଇ ପଡିଛି।
ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ। ରାଜ୍ୟରେ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ। ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି ।
ରାଜ୍ୟରେ କୋଭିଡ ୨ୟ ଲହର ପ୍ରଭାବ କମୁଥିବାବେଳେ ମାଡି ଆସୁଛି ୩ୟ ଲହରର ଭୟ। ତୃତୀୟ ଲହର ଆସିବା ପୂର୍ବରୁ ରାଜ୍ୟରେ ଇକ୍ମୋ ମେସିନ ବସାଇବାର ବ୍ୟବସ୍ଥା କରୁଛନ୍ତି ସରକାର।
କାନରେ ଇୟରଫୋନ ଦେଇ କଥା ହେବା, ଗୀତ ଶୁଣିବା ଆଜିକାଲି ଯୁବପିଢିଙ୍କର ଭାରି ପସନ୍ଦ। ରାସ୍ତାରେ ଚାଲିବା ବେଳେ, ଗାଡି ଚଲାଇବା ବେଳେ ଅଧିକାଂଶ ଯୁବକଯୁବତୀଙ୍କ କାନରେ ଇୟରଫୋନ ଲାଗିଥିବା ଦେଖିବାକୁ ମିଳେ। ହେଲେ ସାବଧାନ...
ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଭାରତର ନୂଆ ଆଇଟି ନିୟମକୁ ମାନି ନେଇଛି। ଏଥିସହିତ କମ୍ପାନୀ ଭାରତରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି ।
ଟୋକିଓରେ ମଉଳି ଯାଇଛି ଭାରତୀୟ ମହିଳା ହକି ଟିମ୍ର ପଦକ ଆଶା। ବ୍ରୋଞ୍ଜ ମେଡାଲ ପାଇଁ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଦଳ। ଏହା ପରେ ଇସ୍ତଫା ଦେଇଛନ୍ତି ଟିମ୍ର କୋଚ୍ ସୋର୍ଡ ମାରିନ।
ସଂସ୍କୃତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ୟୁପି ସରକାର ଅନ୍ଲାଇନ କ୍ଲାସ ଆରମ୍ଭ କରିଛନ୍ତି। କେବଳ ଉତ୍ତର ପ୍ରଦେଶ ନୁହେଁ, ଅନ୍ୟ ରାଜ୍ୟର ଛାତ୍ରମାନେ ମଧ୍ୟ ଅନ୍ଲାଇନ୍ରେ ସଂସ୍କୃତ ଶିକ୍ଷା କରିପାରିବେ।