Advertisment

ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବୁ ନାହିଁ, ସବୁ ଦେଶକୁ ସୁରକ୍ଷା ଦେବୁ-ତାଲିବାନ

ତାଲିବାନଙ୍କ ହାତରେ ଆଫଗାନିସ୍ଥାନ କ୍ଷମତା ଡୋରି ରହିବା ପରେ ସାରା ବିଶ୍ୱରେ ମଧ୍ୟ ଚିନ୍ତା ବଢିଯାଇଛି। ଏପରି ସ୍ଥଳେ ତାଲିବାନ ନିଜ ଛବି ସୁଧାରିବାକୁ ଚାହୁଁଛି। ମଙ୍ଗଳବାର ତାଲିବାନ ପକ୍ଷରୁ କୁହାଯାଇଛି, ଇସ୍‌ଲାମ ନିୟମ ଅନୁସାରେ ମହିଳାମାନଙ୍କୁ  ଅଧିକାର ଦିଆଯିବ, ସବୁ ଦେଶକୁ ସୁରକ୍ଷା ଦିଆଯିବ। ପ୍ରତିଶୋଧ ମନବୃତ୍ତି ରଖି କାମ କରିବୁ ନାହିଁ....

author-image
Minati Mishra
ଅଦ୍ୟତନ ହୋଇଛି
ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବୁ ନାହିଁ, ସବୁ ଦେଶକୁ ସୁରକ୍ଷା ଦେବୁ-ତାଲିବାନ

taliban says liberated afghanistan

କାନ୍ଦାହାର:  ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ସାରା ଦେଶରେ ଖେଳିଯାଇଛି କୋକୁଆ ଭୟ। ଦେଶ ଛାଡ଼ି ପଳାଇ ଆସିବାକୁ ବିକଳ ହେଉଛନ୍ତି ଆଫଗାନବାସୀ। ସବୁଠାରୁ ବେଶ ସନ୍ତ୍ରସ୍ତ ଅବସ୍ଥାନରେ ଅଛନ୍ତି ମହିଳା। ତାଲିବାନଙ୍କ ହାତରେ ଆଫଗାନିସ୍ଥାନ କ୍ଷମତା ଡୋରି ରହିବା ପରେ ସାରା ବିଶ୍ୱରେ ମଧ୍ୟ ଚିନ୍ତା ବଢିଯାଇଛି। ଏପରି ସ୍ଥଳେ ତାଲିବାନ ନିଜ ଛବି ସୁଧାରିବାକୁ ଚାହୁଁଛି। ମଙ୍ଗଳବାର ତାଲିବାନ ପକ୍ଷରୁ କୁହାଯାଇଛି, ଇସ୍‌ଲାମ ନିୟମ ଅନୁସାରେ ମହିଳାମାନଙ୍କୁ  ଅଧିକାର ଦେବା ଲାଗି ତାଲିବାନ ସମ୍ପୂର୍ଣ୍ଣ ପ୍ରସ୍ତୁତ।

Advertisment

୨୦ ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନ କ୍ଷମତା ଡୋରି ହାତକୁ ଆଣିବା ପରେ ତାଲିବାନ ପକ୍ଷରୁ ପ୍ରଥମ ପ୍ରେସ୍‌ କନ୍‌ଫରେନ୍ସ କରାଯାଇଥିଲା। ପ୍ରେସ କନ୍‌ଫରେନ୍ସରେ କୁହାଯାଇଥିଲା, ଇସ୍‌ଲାମ ନିୟମ ଅନୁସାରେ,ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବାପାଇଁ ତାଲିବାନ ପ୍ରତିବଦ୍ଧ। ମହିଳାମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରିପାରିବେ। ଏହା ବ୍ୟତୀତ ଅନ୍ୟ କ୍ଷେତ୍ରରେ ଯେଉଁଠି ସେମାନଙ୍କର ଆବଶ୍ୟକତା ରହିଛି ସେଠାରେ ମଧ୍ୟ କାମ କରିପାରିବେ। ମହିଳାଙ୍କ କ୍ଷେତ୍ରରେ କୌଣସି ଭେଦଭାବ କରାଯିବ ନାହିଁ। 

Advertisment

ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି,୨୦ ବର୍ଷର ସଂଘର୍ଷ ପରେ ନିଜ ଦେଶ ଆଫଗାନିସ୍ତାନକୁ ସ୍ୱାଧୀନତା ଦେଇ ପାରିଛୁ। ସେତିକି ନୁହେଁ,  ସେମାନେ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ପ୍ରତିଶ୍ରୁତି ଦେଇଛନ୍ତି,  ଆଫଗାନିସ୍ତାନରେ କାହାର କୌଣସି କ୍ଷତି ହେବାକୁ ଦିଆଯିବ ନାହିଁ। କାବୁଲ ଦୂତାବାସର ସୁରକ୍ଷା ଆମ ପାଇଁ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ବିହୁଲ୍ଲାହ ମୁଜାହିଦ କହିଛନ୍ତି, ‘ଆମେ ସବୁ ଦେଶକୁ ଆଶ୍ୱାସନା ଦେଉଛୁ, ଏଠାରେ ଥିବା ସମସ୍ତ ଦୂତାବାସ, ମିଶନ, ଅନ୍ତରାଷ୍ଟ୍ରୀୟ ସଂଗଠନ ଏବଂ ସହାୟତା ଏଜେନ୍ସିର ସୁରକ୍ଷା ପାଇଁ ଆମର ଫୋର୍ସ ମୁତୟନ ହୋଇଛନ୍ତି। ଦେଶ ଭିତରେ ବା ବାହାରେ ଆମେ କାହାରି ସହ ଶତ୍ରୁତା ଆଚରଣ କରିବା ପାଇଁ ଚାହୁଁନା।’

ତାଲିବାନ ସଂଗଠନ ନିଜ ସଂଘର୍ଷକୁ ଠିକ୍‌ ବୋଲି ଦର୍ଶାଇବା ସହ କହିଛି ଆମକୁ ନିଜ ଧାର୍ମିକ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିଛି। ପ୍ରେସ କନ୍‌ଫରେନ୍ସରେ ତାଲିବାନ ପକ୍ଷରୁ କୁହାଯାଇଛି, ପ୍ରତିଶୋଧ ଭାବନାରେ କାମ କରିବୁ ନାହିଁ। ଆମେ ଏପରି ଏକ ସରକାର ଗଠନ କରିବାକୁ ଚାହୁଁଛୁ ଯେଉଁଥିରେ ସମସ୍ତ ପକ୍ଷ ସାମିଲ ହେବେ। 

ସୂଚନାଥାଉ କି, ୨ ଦଶକ ଧରି ଚାଲିଥିବା ଯୁଦ୍ଧ ପରେ ଆମେରିକା ସୈନ୍ୟ ପ୍ରତ୍ୟାହାର କରାଯିବା ୨ ସପ୍ତାହ ପୂର୍ବରୁ ତାଲିବାନ ପୂରା ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇ ଯାଇଛି। ବିଦ୍ରୋହୀମାନେ ପୁରା ଦେଶରେ ଆତଙ୍କ ସୃଷ୍ଟି କରିଛନ୍ତି। ୧୯୯୦ ଦଶକ ଶେଷ ସୁଦ୍ଧା ଆଫଗାନିସ୍ତାନ ତାଲିବାନ କବ୍‌ଜାରେ ଥିଲା। ପୂର୍ବରୁ ତାଲିବାନଙ୍କ ବର୍ବରତାକୁ ସାମ୍ନାକୁ କରିଥିବା ଆଫଗାନବାସୀ ଏବେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। କାବୁଲ ବିମାନବନ୍ଦରରେ ଦେଶ ଛାଡ଼ି ପଳାଇ ଯିବାକୁ ବିକଳ ହେଉଥିବା ଆଫଗାନବାସୀଙ୍କୁ ଦେଖିଲେ ସ୍ପଷ୍ଟ ପ୍ରତୀତ ହେବ, ଲୋକେ ତାଲିବାନଙ୍କୁ କିପରି ଡରୁଛନ୍ତି । ବିଶେଷକରି ମହିଳାମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଅତୀତରେ ତାଲିବାନ ଭୟରେ ସେମାନେ ଘରେ ଏକପ୍ରକାର ବନ୍ଦୀ କରି ରହିବାକୁ ବାଧ୍ୟ ହେଉଥିଲେ। 

Afghanistan Taliban Militants Taliban Attack Afghanistan
Advertisment
Advertisment