Advertisment

ନିଲାମ ଡକାଯିବ ମୋଦି ପାଇଥିବା ଉପହାର, ଆପଣ ବି ଚାହିଁଲେ ନେଇ ପାରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ବହୁ ମୂଲ୍ୟବାନ ଉପହାର ଆଜି ନିଲାମ ହେଉଛି। ଏହି ଉପହାର ମଧ୍ୟରେ ରହିଛି ଦେଶ ବିଦେଶରୁ ମିଳିଥିବା ଦାମୀ ଉପହାର, ଖେଳାଳୀମାନେ ପାଇଥିବା ଉପହାର, ରାଜନେତାଙ୍କ ସହ ଅନ୍ୟମାନେ ବିଭିନ୍ନ କ୍ଷେତ୍ରରେ ଦେଇଥିବା ବିଭିନ୍ନ ଉପହାରସବୁ।

author-image
Minati Mishra
ଅଦ୍ୟତନ ହୋଇଛି
gift of pm narendra modi

gift of pm narendra modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ବହୁ ମୂଲ୍ୟବାନ ଉପହାର ଆଜି ନିଲାମ ହେଉଛି। ଏହି ଉପହାର ମଧ୍ୟରେ ରହିଛି ଦେଶ ବିଦେଶରୁ ମିଳିଥିବା ଦାମୀ ଉପହାର, ଖେଳାଳୀମାନେ ପାଇଥିବା ଉପହାର, ରାଜନେତାଙ୍କ ସହ ଅନ୍ୟମାନେ ବିଭିନ୍ନ କ୍ଷେତ୍ରରେ ଦେଇଥିବା ବିଭିନ୍ନ ଉପହାରସବୁ। ଏହି ନିଲାମୀ ଆଜି ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆରମ୍ଭ ହେବ ଏବଂ ଅକ୍ଟୋବର ୨ରେ ଶେଷ ହେବ। 

Advertisment

ଏହି ଉପହାର ସବୁର ଦାମ ହଜାରରୁ ଆରମ୍ଭ ହୋଇ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ। ସମସ୍ତେ ନିଜ ନିଜ ପସନ୍ଦର ଜିନିଷ ନିଲାମ ନେଇ ପାରିବେ। ଏପରିକି ସାଧାରଣ ଲୋକ ମଧ୍ୟ ଏହି ଉପହାରକୁ ଚାହିଲେ ନେଇ ପାରିବେ।ତେବେ ପ୍ରଶ୍ନ ଉଠେ, ନିଲାମରୁ ମିଳିଥିବା ଟଙ୍କା କାହା ପାଖକୁ ଯିବ ? କେଉଁ ବାବଦରେ ଖର୍ଚ୍ଚ ହେବ? ଏଠି କହିରଖିବୁ, ଗତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ୧୩୦୦ରୁ ଅଧିକ  ଉପହାର ନିଲାମ ଡକାଯାଇଥିଲା।  ଏଥିମଧ୍ୟରେ ଥିଲା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପଡ଼ାଙ୍କ ଜାଭାଲିନ୍। ଏହି ଜାଭାଲିନ ୧.୫ କୋଟି ଟଙ୍କାରେ ନିଲାମ ଡକାଯାଇଥିଲା। ଏହି ନିଲାମିରୁ ମିଳିଥିଲା ମୋଟ ୧୬ କୋଟିରୁ ଅଧିକ ଟଙ୍କା। ଏହି ଅର୍ଥ ନମାମୀ ଗଙ୍ଗା କାର୍ଯ୍ୟକ୍ରମକୁ ଦିଆଯାଇଥିଲା। ଏଥର ଏହି ନିଲାମୀରୁ ମିଳିବା ଅର୍ଥ ମଧ୍ୟ ନମାମୀ ଗଙ୍ଗା କାର୍ଯ୍ୟକ୍ରମକୁ ଦିଆଯିବ ବୋଲି ସୂଚନା ମିଳିଛି। 

ଏଠି କହିରଖିବୁ, ନିଲାମ ହେବାକୁ ଥିବା ଏହି ଉପହାର ମଧ୍ୟରେ ରହିଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ଏକ ହନୁମାନ ମୂର୍ତ୍ତି, ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପହାର ଦେଇଥିବା ଏକ ତ୍ରିଶୂଳ ଇତ୍ୟାଦି। ଏଥିସହିତ ଏହି ଉପହାରରେ ରହିଛି ବହୁ ମୂଲ୍ୟବାନ ମଧୁବଣୀ ପେଟିଂ, ଚେନ୍ନାଇ ଚେସ୍ ଅଲମ୍ପିଆଡବେଳେ  ପ୍ରସ୍ତୁତ ଚେସ ସେଟ୍। ୪ର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏମିତି ଉପହାର ନିଲାମ କରୁଛନ୍ତି। ପ୍ରଥମେ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଉପହାରର ନିଲାମ ହୋଇଥିଲା।

Advertisment
Narendra Modi PMModi
Advertisment
Advertisment