ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ପ୍ରତିପଦ ରାତ୍ରି ୦୧.୨୦ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ରାତ୍ରି ୦୧.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ମୂଳା- ପରିବାରରେ ଛୋଟ କଥାକୁ ନେଇ କଳହ ସୃଷ୍ଟି ଆଶଙ୍କା ଦେଖାଦେଇପାରେ । ବାଣିଜ୍ୟ ଓ ବ୍ୟବସାୟରେ କିଛି ନା କିଛି ସମସ୍ୟା ଅବଶ୍ୟ ପରିଲକ୍ଷିତ ହେବ । ବନ୍ଧୁ ଗହଣରେ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ ।
ପୂ,ଷାଢା- ନୂତନ ସ୍ଥାନ ପରିଭ୍ରମଣ ସୁଯୋଗ ଜୁଟିବ । କର୍ମକ୍ଷେତ୍ରର ସମସ୍ୟାକୁ ସରଳ ସମାଧାନ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଲାଭ ମିଳିବ । ମନୋରଞ୍ଜନରେ କ୍ଷେତ୍ରରେ ଆଗ୍ରହୀ ହେବେ ।
ଉ,ଷାଢା- ଚଳଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହୋଇପାରନ୍ତି । ନୂତନ ବାହନଆଦି କ୍ରୟ କରି ପାରନ୍ତି । ଶିକ୍ଷାକ୍ଷେତ୍ରରେ ପରୀକ୍ଷାର ପରିଣାମ ଅନୁକୂଳ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ