ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ପ୍ରତିପଦ ରାତ୍ରି ୦୧.୨୦ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ରାତ୍ରି ୦୧.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ମଘା- ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି କରିବେ ।
ପୂ,ଫାଲଗୁନି- ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । ରାଜନିତି ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଉ,ଫାଲଗୁନି- ପକେଟ ମାର ଜନିତ ଧନହାନି ଘଟିପାରେ । ମହିଳା ମାନେ ପୂରାତନ ରୋଗର ପିଡା ଅନୁଭବ କରିବେ । ଆର୍ଥିକ ସଙ୍କଟର ଶିକାର ହୋଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ