• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th January 2024: ଏହି ରାଶିର ବ୍ୟକ୍ତିଙ୍କ ଆସିଲା ଶୁଭ ସମୟ

ସୌର ମକରମାସ  ମାଘ କୃଷ୍ଣପକ୍ଷ । ଇଂରାଜୀ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ପ୍ରତିପଦ ରାତ୍ରି ୦୧.୨୦ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ରାତ୍ରି ୦୧.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।

Scorpio

ବିଛା

Friday 26 Jan 2024

ବିଶାଖା- ଅନ୍ୟ ମନସ୍କତା ଓ ଆଘାତ ପ୍ରାପ୍ତିର ଆଶଙ୍କା ରହିଛି ।  ବିବାହ ଉତ୍ସବରେ ଯୋଗଦେବାର ସୁଯୋଗ ପାଇବେ। ପୂର୍ବରୁ କରିଥିବା କାମ ପାଇଁ ସମ୍ମାନିତ ହେବ। ସହିତ ଦକ୍ଷତା ପ୍ରତିପାଦିତ କରିବେ ।

ଅନୁରାଧା- ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟି ଲାଭ କରିବେ । ପୁରୁଣା ରୋଗର ପ୍ରକୋପରେ ହଇରାଣ ହୋଇପାରନ୍ତି । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ ।

ଜ୍ୟେଷ୍ଠା- କଚେରି ମାମଲାରେ ବିଜୟୀ ହେବେ। ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ ।  ଅର୍ଥସଂକଟ ଦୂରୀଭୂତ ପାଇଁ ବିଶେଷ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର-ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ