• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th January 2024: ଏହି ରାଶିର ବ୍ୟକ୍ତିଙ୍କ ଆସିଲା ଶୁଭ ସମୟ

ସୌର ମକରମାସ  ମାଘ କୃଷ୍ଣପକ୍ଷ । ଇଂରାଜୀ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ପ୍ରତିପଦ ରାତ୍ରି ୦୧.୨୦ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ରାତ୍ରି ୦୧.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।

Virgo

କନ୍ୟା

Friday 26 Jan 2024

ଉ,ଫଳଗୁନି- ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ସାହିତ୍ୟ, ଲେଖାପଢ଼ା, କ୍ରୀଡ଼ା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ। ସାମାନ୍ୟ ଶାରୀରିକ ସମସ୍ୟା ଦେଖାଦେବା ସହିତ ଦୁର୍ବଳତା ଅନୁଭବ କରିବେ ।

ହସ୍ତା- ନିଜର ଦକ୍ଷତା ଅନୁସାରେ କର୍ମ କ୍ଷେତ୍ରରେ ଉଚ୍ଚତର ପଦ ପାଇପାରନ୍ତି । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବିଦେଶ ଗ୍ରସ୍ତ କରିପାରନ୍ତି ।

ଚିତ୍ରା- ସମାଜ ସେବାରେ ଉଲ୍ଲେଖନୀୟ ସଫଳତା ଲାଭ କରିବେ । ପୂର୍ବରୁ ଚାଲୁଥିବା ଆଇନଗତ ଲଢେଇରେ ବିଜୟ ଲାଭ କରିବେ । ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଉଦ୍ୟମ ବଳରେ ସଫଳତା ପାଇବେ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ