• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th January 2024: ଏହି ରାଶିର ବ୍ୟକ୍ତିଙ୍କ ଆସିଲା ଶୁଭ ସମୟ

ସୌର ମକରମାସ  ମାଘ କୃଷ୍ଣପକ୍ଷ । ଇଂରାଜୀ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ପ୍ରତିପଦ ରାତ୍ରି ୦୧.୨୦ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ରାତ୍ରି ୦୧.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।

Cancer

କର୍କଟ

Friday 26 Jan 2024

ପୁନର୍ବସୁ- ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହିପାରନ୍ତି । ହଜି ଯାଇଥିବା ଜିନିଷ, ଧାତୁ ଅଳଙ୍କାର, ଟଙ୍କା ପଇସା ସନ୍ଧାନ ପାଇପାରନ୍ତି । ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ ।

ପୁଷ୍ୟା- କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସାମାଜିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ନ ହୋଇପାରେ । ପରିବହନ, ଶେୟାର ବଜାର କ୍ଷେତ୍ରରୁ ସୁଫଳ ମିଳିବ ।

ଅଶ୍ଲେଷା- ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଆପଣଙ୍କ ସହ ଭଲ ପଡୁ ନ ଥିବା ବ୍ୟକ୍ତି ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ । ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର ସମ୍ପର୍କିତ କାମଟି ହଠାତ୍ ହୋଇଯିବ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ