ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ସୋମବାର। ଚନ୍ଦ୍ର- ମକର ରାତ୍ରି ୦୪.୨୨ ଗତେ କୁମ୍ଭ, ତିଥି – ୯ମୀ ସନ୍ଧ୍ୟା ୦୫.୪୫ ଗତେ ୧୦ମୀ, ଘାତ ଚନ୍ଦ୍ର- ସିଂହ ରାଶିର, ରାତ୍ରି ୦୪.୨୨ ଗତେ ମିଥୁନ ଓ ମୀନ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ନାସ୍ତି
ଉ- ଫାଲ୍ଗୁନୀ - ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି । ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ ।
ହସ୍ତା - ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ । ଗଠନ ମୂଳକ କିମ୍ବା ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ଋଣ ସୂତ୍ରରେ ଅର୍ଥଲାଭ କରିବେ ।
ଚିତ୍ରା - ସତର୍କତା ଅଭାବରୁ ଜିନିଷପତ୍ର ହଜିଯିବା ସମ୍ଭାବନା ରହିଛି । ସମସ୍ୟା ସମାଧାନ ସକାଶେ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ସମ୍ପର୍କୀୟ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାର୍ଯ୍ୟ କରିବେ ।
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫