• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd October 2023: ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ, ଧନଲାଭର ଯୋଗ

ସୈାର ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ସୋମବାର। ଚନ୍ଦ୍ର- ମକର ରାତ୍ରି ୦୪.୨୨ ଗତେ କୁମ୍ଭ, ତିଥି – ୯ମୀ ସନ୍ଧ୍ୟା ୦୫.୪୫ ଗତେ ୧୦ମୀ, ଘାତ ଚନ୍ଦ୍ର-  ସିଂହ ରାଶିର, ରାତ୍ରି ୦୪.୨୨ ଗତେ ମିଥୁନ ଓ ମୀନ ରାଶିର, ଘାତ ବାର –  ମିଥୁନ ରାଶିର, ପୁଷ୍କର ଦୋଷ – ନାସ୍ତି

Capricorn

ମକର

Monday 23 Oct 2023

ଉ, ଷାଢା - ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ଚିନ୍ତିତ ରହିପାରନ୍ତି । ଆର୍ଥିକ ସ୍ୱଚ୍ଛଳତା ବଢିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ ।

ଶ୍ରବଣା - ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ । ଅନ୍ୟମନସ୍କ ହେତୁ କୌଣସି ଭୁଲ କାମ କରି ଅନୁତପ୍ତ ହେବେ । ଚାକିରୀ କ୍ଷେତ୍ରରେ ସ୍ଥାନ ପରିବର୍ତନର ଯୋଗ ରହିଛି ।

ଧନିଷ୍ଠା-ପରିବହନରେ ଲାଗି ରହିଥିବା ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ । ଖଳ ଲୋକଙ୍କ କଥାକୁ ସତ ଭାବି ଘର ଲୋକଙ୍କୁ ଭୁଲ୍ ବୁଝିବେ । ମହିଳା ମାନେ ଅଧିକ ପରିଶ୍ରମ କରିବେ ।

ପ୍ରତିକାର – ଶନିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :