/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745475962.jpg)
ଭାରତ କଲା ଡିଜିଟାଲ ଷ୍ଟ୍ରାଇକ୍
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି । ପାକିସ୍ତାନ ଉପରେ ଏକ ଡିଜିଟାଲ ଷ୍ଟ୍ରାଇକ୍ କରିଛି ଭାରତ ସରକାର । ଭାରତ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଛି । ପହଲଗାମ୍ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ହମ୍ଲା ପରେ ବୁଧବାର ସନ୍ଧ୍ୟାରେ ସିସିଏସ୍ ବୈଠକରେ ଭାରତ ପାଞ୍ଚଟି କଡ଼ା ନିଷ୍ପତ୍ତି ନେଇଥିଲା । ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତି ବାତିଲ ଓ ଅଟାରୀ-ୱାଘା ସୀମା ବନ୍ଦ କରିବା ଭଳି ବଡ଼ ନିଷ୍ପତ୍ତି ରହିଥିଲା । ଆଉ ଆଜି ଭାରତ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ମଧ୍ୟ ବ୍ୟାନ୍ କରିଛି ।
ଅଧିକ ପଢ଼ନ୍ତୁ: ଭାରତର ବଡ଼ ଆକ୍ସନ, ୪୮ ଘଣ୍ଟାରେ ଭାରତ ଛାଡ଼ିବେ ପାକିସ୍ତାନ ନାଗରିକ
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ଆଇଟି ମନ୍ତ୍ରଣାଳୟ) ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୁରୁଣା ନାମ ଟ୍ୱିଟର)କୁ ଭାରତରେ ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କରିବାକୁ କହିଥିଲା । ଭାରତ ସରକାରଙ୍କ ଏହି ଅନୁରୋଧ ଉପରେ ‘X’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଭାରତରେ ସେହି ଆକାଉଣ୍ଟକୁ ବନ୍ଦ କରିଦେଇଛି । ଏହାର ସରଳ ଅର୍ଥ ହେଉଛି ଯେ ପାକିସ୍ତାନ ସରକାରଙ୍କ ‘X’ ଆକାଉଣ୍ଟ ଆଉ ଭାରତରେ ଦେଖାଯିବ ନାହିଁ ।
Pakistan ସୋସିଆଲ ମିଡିଆରେ ‘X’ ହେଉଛି ଏକ ଲୋକପ୍ରିୟ ପ୍ଲାଟଫର୍ମ । ଯେଉଁଠାରେ ସାରା ବିଶ୍ୱର ନେତା ଏବଂ ସରକାରମାନଙ୍କର ଭେରିଫାଏଡ୍ ହୋଇଥିବା ଆକାଉଣ୍ଟ ଅଛି । ଏହି ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ସେ ତାଙ୍କ ଦେଶର ନିଷ୍ପତ୍ତି ଏବଂ ଅନ୍ୟାନ୍ୟ ସୂଚନା ଦେଇଥାନ୍ତି ।
ତେବେ ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମ୍ରେ ପର୍ଯ୍ୟଟକଙ୍କ ଉପରେ ହମ୍ଲା ପରେ ଆକ୍ସନ ମୋଡରେ ଭାରତ ସରକାର । ପହଲଗାମ୍ ନରସଂହାରକୁ ନେଇ ଭାରତର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପାକିସ୍ତାନକୁ ଜବତ କରିବା ପାଇଁ କଠୋର ହେଲା ଭାରତ । ବୁଧବାର ଦୀର୍ଘ ଅଢେଇ ଘଣ୍ଟା ଧରି ଚାଲିଥିବା CCS ବୈଠକ ଶେଷ ହେବା ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍ କରି ବଡ଼ ଘୋଷଣା କରିଥିଲେ । ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେଇଥିଲା ଭାରତ ସରକାର । ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କଲା ଭାରତ । ତେବେ ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଅଟାରୀ-ୱାଘା ବର୍ଡର ଦେଇ ଆସିଛନ୍ତି ସେମାନେ ମେ’ ୧ ପୂର୍ବରୁ ଫେରନ୍ତୁ ବୋଲି ଭାରତ ପକ୍ଷରୁ କୁହାଯାଇଛି ।
ସେହିପରି ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ମନା । ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ଭାରତ ବାତିଲ କରିଛି । ଅନ୍ୟପକ୍ଷରେ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିଛି ଭାରତ । ଦୂତବାସ କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ନିଷ୍ପତ୍ତି ନିଆଯାଇଛି । ସେହିପରି ପାକ୍ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବେ ବୋଲି ଭାତର ପକ୍ଷରୁ କୁହାଯାଇଛି । ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବୁଧବାର ପ୍ରେସମିଟ୍ କରି ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)