Advertisment

Patient Dies Due to Elevator Tragedy: ଏମିତି ଆସେ ମୃତ୍ୟୁ; ମେଡିକାଲରେ ଉପରକୁ ଉଠିଗଲା ଲିଫ୍ଟ; ଚାପି ହୋଇଗଲେ ରୋଗୀ

ମୀନତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫିମେଲ ମେଡିସିନ ୱାର୍ଡକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
lift

lift

ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଦିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତକ ହେଲେ ରାନ୍ଦିଆ ପଞ୍ଚାୟତ ନରସିଂହପୁରର ମୀନତି ପରିଡ଼ା।

Advertisment

ଅଧିକ ପଢ଼ନ୍ତୁ: ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜି ଆସିବ ସୁଭଦ୍ରା ଟଙ୍କା।

ମୀନତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ।ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫିମେଲ ମେଡିସିନ ୱାର୍ଡକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ଏଥିପାଇଁ ପରିବାର ଲୋକେ ଲିଫ୍ଟରେ ତାଙ୍କୁ ଫିମେଲ ମେଡିସିନ ୱାର୍ଡକୁ ନେଇଥିଲେ। ହେଲେ ଲିଫ୍ଟଟି ହଠାତ୍ ଉଠି ଯାଇଥିଲା ଓ ଲିଫ୍ଟରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ନାତି ଓ ବୋହୂ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। 

Advertisment

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ଲକ୍ଷ ଟଙ୍କାର ସହାୟତା ଓ ତାଙ୍କ ସ୍ତ୍ରୀଙ୍କୁ ଚାକିରି

Bhadrak Deadbody
Advertisment
Advertisment