ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ସୋମବାର। ଚନ୍ଦ୍ର- ମକର ରାତ୍ରି ୦୪.୨୨ ଗତେ କୁମ୍ଭ, ତିଥି – ୯ମୀ ସନ୍ଧ୍ୟା ୦୫.୪୫ ଗତେ ୧୦ମୀ, ଘାତ ଚନ୍ଦ୍ର- ସିଂହ ରାଶିର, ରାତ୍ରି ୦୪.୨୨ ଗତେ ମିଥୁନ ଓ ମୀନ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ନାସ୍ତି
ଚିତ୍ରା - ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ । ପରିବାରରେ ପତିପତ୍ନୀଙ୍କ ମଧ୍ୟରେ ଭୁଲବୁଝାମଣା ସୃଷ୍ଟି ହୋଇପାରେ ।
ସ୍ୱାତୀ- ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଅଫିସରେ କୌଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ । ସାମାଜିକ ସ୍ତରରେ କିଛିଟା ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।
ବିଶାଖା - ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ନିଜ ଲୋକଙ୍କୁ ଭୁଲ୍ ବୁଝିବେ ଏବଂ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିବା ଠିକ୍ ହେବନାହିଁ।
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ଧଳା