ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ସୋମବାର। ଚନ୍ଦ୍ର- ମକର ରାତ୍ରି ୦୪.୨୨ ଗତେ କୁମ୍ଭ, ତିଥି – ୯ମୀ ସନ୍ଧ୍ୟା ୦୫.୪୫ ଗତେ ୧୦ମୀ, ଘାତ ଚନ୍ଦ୍ର- ସିଂହ ରାଶିର, ରାତ୍ରି ୦୪.୨୨ ଗତେ ମିଥୁନ ଓ ମୀନ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ନାସ୍ତି
ପୁନର୍ବସୁ - ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ପାଇବେ । ପ୍ରେମିକ ପ୍ରେମିକ ମାନଙ୍କର ପ୍ରେମପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ ।
ପୁଷ୍ୟା - ରାଜନୀତିରେ ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡିବ । ଅନେକ ପ୍ରକାର କାର୍ଯ୍ୟରେ ପରିବର୍ତ୍ତନ ଦେଖାଦେବ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନ କରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ ।
ଅଶ୍ଳେଷା - ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ହେବାକୁ ପଡିବ । ଆଧ୍ୟାତ୍ମିକ ଭାବଧାରାରେ ଉଦବୁଦ୍ଧ ହୋଇପାରନ୍ତି। ପଡ଼ୋଶୀଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ୟ୍ୟ ସାଧନ କରିବେ।
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨