Advertisment

Dhenkanal Notorious Criminal Encounter: ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ; ଫାୟାରିଂ କଲା ପୋଲିସ

ଗତ ରାତିରେ ଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ। ପୋଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ହୁଣ୍ଡଙ୍କୁ ଧରିବାକୁ ଚେଷ୍ଟା କରିଥିଲା ପୋଲିସ। ହେଲେ ହୁଣ୍ଡ ପୋଲିସକୁ ଦେଖି ଗୁଳି ଚଳାଇଥିଲା। ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Gun

Gun

ଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ । ହେଲେ ପୋଲିସ ଚକ୍ର ବ୍ୟୁହରେ ଫଶିଗଲା କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରା। ଗୋଡ଼ାଇ ଗୋଡ଼ାଇ ଫାୟାରିଂ କଲା ପୋଲିସ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ହୁଣ୍ଡ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଖସି ପଳାଉଥିଲେ ଦୁଷ୍କର୍ମକାରୀ, ଏନକାଉଣ୍ଟର କଲା ପୋଲିସ

ଗତ ରାତିରେ ଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ। ପୋଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ହୁଣ୍ଡଙ୍କୁ ଧରିବାକୁ ଚେଷ୍ଟା କରିଥିଲା ପୋଲିସ। ହେଲେ ହୁଣ୍ଡ ପୋଲିକୁ ଦେଖି ଗୁଳି ଚଳାଇଥିଲା। ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା।

ସଦର ଥାନା ମଙ୍ଗଳପୁରରେ ହୁଣ୍ଡକୁ ଗୋଡ଼ାଇ ଗୋଡ଼ାଇ ଫାୟାରିଂ କରିଥିଲା। ହୁଣ୍ଡ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି। ଫଣ୍ଡ ନାଁରେ ହତ୍ୟା, ଚୋରି, ଡକାୟତି ଭଳି ମାମଲା ରହିଛି । କିଙ୍ଗ୍ ଅଫ୍ ଫରେଷ୍ଟ୍ ଗ୍ୟାଙ୍ଗର ମାଷ୍ଟର୍ ମାଇଣ୍ଡ ହେଉଛି ହୁଣ୍ଡ।

Advertisment

ଅଧିକ ପଢ଼ନ୍ତୁ: କଟକରେ ଡବଲ୍ ଏନକାଉଣ୍ଟର; ୨ ଅପରାଧୀକୁ ପୋଲିସ ମାରିଲା ଗୁଳି

Dhenkanal Encounter
Advertisment
Advertisment