ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ସୋମବାର। ଚନ୍ଦ୍ର- ମକର ରାତ୍ରି ୦୪.୨୨ ଗତେ କୁମ୍ଭ, ତିଥି – ୯ମୀ ସନ୍ଧ୍ୟା ୦୫.୪୫ ଗତେ ୧୦ମୀ, ଘାତ ଚନ୍ଦ୍ର- ସିଂହ ରାଶିର, ରାତ୍ରି ୦୪.୨୨ ଗତେ ମିଥୁନ ଓ ମୀନ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ନାସ୍ତି
ମୂଳା - ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ସମ୍ପର୍କିୟ ବନ୍ଧୁ ସାହାର୍ଯ୍ୟ ସହଯୋଗ କରିବେ ।
ପୂ, ଷାଢା - ରାଜନୈତିକ ଦିଗରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ଦିଗରୁ ଲାଭବାନ ନହେଲେ ମଧ୍ୟ ବ୍ୟୟଭାର କମ୍ ହେବ । ଅଭାବ ବୋଧ ଲାଗି ରହିବା କାରଣରୁ ବ୍ୟସ୍ତତା ବଢିବଢି ଯିବ ।
ଉ, ଷାଢା – ନୂତନ କାର୍ଯ୍ୟ ଆରମ୍ଭ କଲେ ପୁରଣରେ ବିଳମ୍ବ ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ।
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ ।
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩