Advertisment

Terror Attack on Kashmir Vacation: ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ; ଲୁହରେ ଭିଜିଲା ଇସାଣୀ ଗାଁ

ଦିବଂଗତ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ।

author-image
Tapaswini Nayak
ଅଦ୍ୟତନ ହୋଇଛି
mortal remains of Prashant

mortal remains of Prashant

ଗାଁ ଶ୍ମଶାନରେ ଜଳିଲା ଆତଙ୍କୀ ଗୁଳିର ଶିକାର ପ୍ରଶାନ୍ତ ଶତପଥୀଙ୍କ ଚିତା। ଲୁହ ଛଳଛଳ ଆଖିରେ ପ୍ରଶାନ୍ତଙ୍କୁ ଅଶ୍ରୁଳ ବିଦାୟ ଜଣାଇଲା ଜନ୍ମମାଟି। କୁନି ପୁଅ ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପ୍ରଶାନ୍ତ ଶତପଥୀ। ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁ ଶ୍ମଶାନରେ ଜଳିଛି ପ୍ରଶାନ୍ତଙ୍କ ଚିତା। 

Advertisment

ଦିବଂଗତ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ।

ଅଧିକ ପଢ଼ନ୍ତୁ:ଜନ୍ମମାଟିରେ ପହଞ୍ଚିଲା ପ୍ରଶାନ୍ତଙ୍କ ମରଶରୀର; ଆଜି ଶେଷକୃତ୍ୟ

ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଚାକିରି ଦିଆଯିବା ସହ ପୁଅର ପାଠପଢ଼ା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment

ପ୍ରଶାନ୍ତଙ୍କ ପାର୍ଥିବ ଶରୀର ଗତରାତିରେ ଜାମ୍ମୁ-କାଶ୍ମୀରରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ, ଆଜି ଭୋରରୁ ଜନ୍ମମାଟି ବାଲେଶ୍ୱର ଇସାଣୀରେ ପହଞ୍ଚିଥିଲା। ହଜାର ହଜାର ଲୋକ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ। ଛୁଟି କାଟିବାକୁ ଖୁସିରେ କାଶ୍ମୀର ଯାଇଥିବା ପୁଅ ଶବ ହୋଇ ଫେରିବା ପରେ କେହି ବି କୋହ ସମ୍ଭାଳିପାରିନଥିଲେ। ମଙ୍ଗଳବାର ପହଲଗାମ ଆତଙ୍କୀ ହମଲାରେ ପତ୍ନୀ ଓ ପୁଅଙ୍କ ଆଖି ଆଗରେ ପ୍ରଶାନ୍ତଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ।

ଅଧିକ ପଢ଼ନ୍ତୁ: କାହିଁକି ପହଲଗାମରେ ଆତଙ୍କୀ କଲେ ହମଲା; ସାମ୍ନାକୁ ଆସିଲା ଏହି ସମ୍ଭାବ୍ୟ କାରଣ

Balasore Terrorist Attack Pahalgam Terrorist Attack
Advertisment
Advertisment