• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Feb 2024: ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ନିବେଶ କରନ୍ତୁ ଖୁବ୍‌ ଲାଭ ପାଇବେ...

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ରବିବାର । ଚନ୍ଦ୍ର- ବୃଷ ରାତ୍ରି ୦୯.୫୪ ଗତେ ମିଥୁନ । ତିଥି-୯ମୀ ଦିବା ୦୮.୧୫ ଗତେ ୧୦ମୀ । ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୯.୫୪ ଗତେ କନ୍ୟା ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Cancer

କର୍କଟ

Sunday 18 Feb 2024

ପୁନର୍ବସୁ- ପରିବାରରେ ଉତ୍ସାହ ବଜାୟ ରହିବ । ଜୀବନସାଥୀ ସହ ଘରେ ସିନେମା ଦେଖିବେ । ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ । କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ ଉଦ୍ୟମ କରିବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ।

ପୁଷ୍ୟା- ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର । ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି।

ଅଶ୍ଲେଷା- ଜମିବାଡିକୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ ହେବ । ସମୟକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ  ଚେଷ୍ଟା କରିବେ । କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର-ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ