• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Feb 2024: ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ନିବେଶ କରନ୍ତୁ ଖୁବ୍‌ ଲାଭ ପାଇବେ...

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ରବିବାର । ଚନ୍ଦ୍ର- ବୃଷ ରାତ୍ରି ୦୯.୫୪ ଗତେ ମିଥୁନ । ତିଥି-୯ମୀ ଦିବା ୦୮.୧୫ ଗତେ ୧୦ମୀ । ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୯.୫୪ ଗତେ କନ୍ୟା ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Taurus

ବୃଷ

Sunday 18 Feb 2024

କୃତିକା- ପରିବାରରେ ଉତ୍ସବ ଭଳି ପରିବେଶ ରହିବ । ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ନିଜ କ୍ରୋଧ ଉପରେ ଆୟତ ରଖନ୍ତୁ । ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି ।

ରୋହିଣୀ- ଇଂଜିନିୟରଙ୍କୁ ବଡ କଂପାନୀରେ ଚାକିରିରେ ପ୍ରସ୍ତାବ ମିଳିପାରେ । ନିଜ କାମର ପ୍ରଂଶସା ଓ ପୁରସ୍କାର ପାଇବେ । ପ୍ରିୟ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ । ପ୍ରଶାସନିକ କାମ ଧୈର‌୍ୟ୍ୟର ସହ କରନ୍ତୁ ।

ମୃଗଶିରା- ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଅବସର ପାଇବେ । ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ । ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ