/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746206801.jpg)
ବନ୍ଦ କଲା ହଜାରେ ମଦ୍ରାସା
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶର ବାତାବରଣ ରହିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ସମଗ୍ର ଦେଶ ଏକମତ ଭାବରେ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ଏବେ ପାକ୍ ଅଧିକୃତ କାଶ୍ମୀର (POK)କୁ ଭାରତକୁ ଫେରାଇ ଆଣିବାର ସମୟ ଆସିଛି ।
ଅଧିକ ପଢ଼ନ୍ତୁ: ପାକ୍ ବିରୋଧରେ ବଡ଼ ଡିଜିଟାଲ ଷ୍ଟ୍ରାଇକ୍, ଭାରତରେ ବ୍ଲକ୍ ହେଲା ଏହି କ୍ରିକେଟରଙ୍କ ଇନଷ୍ଟା ଆକାଉଣ୍ଟ
ତେବେ ଏହାରି ମଧ୍ୟରେ ଭାରତକୁ ନେଇ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଛାନିଆ ହୋଇଛି । ପାକ୍ ଅଧିକୃତ କାଶ୍ମୀରରେ ପ୍ରାୟ ଏକ ହଜାରରୁ ଅଧିକ ମଦ୍ରାସାକୁ ୧୦ ଦିନ ପାଇଁ ବନ୍ଦ କରିଛି ପାକିସ୍ତାନ । ପିଓକେରେ ମଦ୍ରାସା ବନ୍ଦରେ ଆଜି ଅର୍ଥାତ ମେ’୨ରେ ସ୍ଥାନୀୟ କର୍ତ୍ତୁପକ୍ଷ ଘୋଷଣା କରିଛନ୍ତି । ଭାରତରୁ ଆକ୍ରମଣ ଭୟରେ ପିଓକେରେ ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯାଇଛି ବୋଲି ସୂଚନା ମିଳିଛି । ତେବେ ଭାରତ ଦାବି କରିଆସୁଛି ଯେ ଏହି ପ୍ରତିଷ୍ଠାନଗୁଡ଼ିକୁ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ଭାବରେ ପାକିସ୍ତାନ ବ୍ୟବହାର କରାଯାଉଛି।
କେବଳ ଏତିକି ନୁହେଁ ଭାରତ ପଟୁ ଆକ୍ରମଣ ଶଙ୍କାରେ ଛାନିଆ ହୋଇ ପାକିସ୍ତାନ ସୀମାନ୍ତରେ ରହୁଥିବା ନାଗରିକଙ୍କୁ ରାସନ ମହଜୁଦ ରଖିବା ପାଇଁ ଘୋଷଣା କରିଛି । ସୀମାନ୍ତରେ ରହୁଥିବା ନାଗରିକଙ୍କୁ ୨ ମାସର ରାସନ ମହଜୁଦ ରଖିବାକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ପହଲଗାମ୍ ପ୍ରତିଶୋଧ ପୂର୍ବରୁ ଭାରତର ପରାକ୍ରମ ପ୍ରଦର୍ଶନ କରିଛି । ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସ ୱେ ଉପରେ ଆଜି ଜଲୱା ଦେଖାଇଛି ଏକରୁ ବଳି ଆରେକ ବାୟୁସେନା ବିମାନ । ଉଡ଼ାଣ ଓ ଅବତରଣ କରିଛନ୍ତି ରାଫେଲ୍, ସୁଖୋଇ, ମିରାଜ୍, ମିଗ୍, ଜାଗୁଆର୍ ଆଦି ଶକ୍ତିଶାଳୀ ଫାଇଟର୍ ଜେଟ୍ । ଆଉ ତା ସହ C-130J ସୁପର ହରକୁଲସ୍ ଏବଂ AN-32 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ।
୫୯୪ କିଲୋମିଟର ଦୀର୍ଘ ଗଙ୍ଗା ଏକ୍ସପ୍ରେସ ୱେ ଏବେବି ନିର୍ମାଣାଧୀନ ଥିବା ବେଳେ, ଶାହଜାହାନପୁର ଠାରେ ଏହି ୩.୫ କିଲୋମିଟରର ଏୟାରଷ୍ଟ୍ରିପ୍ କୁ ଆଗୁଆ ପ୍ରସ୍ତୁତ କରାଯାଇଛି । ସେଠାରେ କ୍ୟାଟ୍-ଟୁ ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ୍, ଅତ୍ୟାଧୁନିକ ଆପ୍ରୋଚ୍ ଲାଇଟିଂ, ଉନ୍ନତ ନାଭିଗେସନ୍ ସିଷ୍ଟମ୍ ଓ ୨୫୦ ସିସିଟିଭି କ୍ୟାମେରା ଲାଗିଛି । ଭାରତ-ପାକିସ୍ତାନ ତିକ୍ତତା ଓ ଯୁଦ୍ଧ ଆଶଙ୍କା ଭିତରେ ଏଭଳି ରୋଡ୍ ରନୱେର ଯଥେଷ୍ଟ ଗୁରୁତ୍ବ ରହିଛି। ପୂର୍ବରୁ ଆଗ୍ରା-ଲକ୍ଷ୍ନୌ, ପୂର୍ବାଞ୍ଚଳ ଓ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ରେ ରୋଡ୍ ରନୱେ ନିର୍ମାଣ ହୋଇଥିଲେ ବି, ସେଗୁଡ଼ିକ କେବଳ ଦିନବେଳା କାର୍ଯ୍ୟ କରିବାକୁ ସକ୍ଷମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)