Advertisment

Illegal Alcohol Packaging in Water Bottles: ବାହାରକୁ ପାଣି ବୋତଲ ଫ୍ୟାକ୍ଟ୍ରି, ଭିତରେ ଦେଶୀ ମଦ ପ୍ୟାକେଜିଂ

ବାହାରକୁ ପାଣି ବୋତଲ ଫ୍ୟାକ୍ଟ୍ରି, ଭିତରେ ଦେଶୀ ମଦ ପ୍ୟାକେଜିଂ । ଦାରୁଠେଙ୍ଗରେ ଚାଲିଥିଲା ଦେଶୀ ଦାରୁ କାରଖାନା । ପ୍ୟାକିଂ ହେଉଥିଲା ୧୦୦ ମିଲି ବୋତଲ୍, ଦାମ୍ ଥିଲା ୪୦ ଟଙ୍କା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପାଣି ବୋତଲ ଫ୍ୟାକ୍ଟ୍ରିରେ ମଦ ପ୍ୟାକିଂ

ପାଣି ବୋତଲ ଫ୍ୟାକ୍ଟ୍ରିରେ ମଦ ପ୍ୟାକିଂ

ପାଣି ବୋତଲ ଫ୍ୟାକ୍ଟ୍ରିରେ ଦେଶୀ ମଦ । ନୂଆ ଷ୍ଟାଇଲରେ ଚାଲୁଥିଲା ଦେଶୀ ମଦ କାରବାର । ଭୁବନେଶ୍ୱର ଦାରୁଠେଙ୍ଗ ଜଙ୍ଗଲରୁ ଠାବ ହୋଇଛି ଏଭଳି ଦେଶୀ ମଦ ପ୍ୟାକେଜିଂ ଫ୍ୟାକ୍ଟ୍ରି । ଆଠଗଡ଼ ଅଂଚଳରୁ ଦେଶୀ ମଦ ଆଣି ଫ୍ୟାକ୍ଟ୍ରିରେ ହେଉଥିଲା ପ୍ୟାକେଜିଂ। ଫ୍ୟାକ୍ଟ୍ରିରୁ ପ୍ରାୟ ୧୯ ଲକ୍ଷ ଟଙ୍କାର ଦେଶୀ ମଦ ଜବତ ସହ ୪ଜଣଙ୍କୁ ଗିରଫ କରିଛି ପୋଲିସ ।

Advertisment

ଅଧିକ ପଢ଼ନ୍ତୁ: କିଟ୍ ବିରୋଧରେ ହେଉ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଦାବି କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ବାହାରକୁ ପାଣି ବୋତଲ ଫ୍ୟାକ୍ଟ୍ରି, ଭିତରେ ଦେଶୀ ମଦ ପ୍ୟାକେଜିଂ । ଦାରୁଠେଙ୍ଗରେ ଚାଲିଥିଲା ଦେଶୀ ଦାରୁ କାରଖାନା । ପ୍ୟାକିଂ ହେଉଥିଲା ୧୦୦ ମିଲି ବୋତଲ୍, ଦାମ୍ ଥିଲା ୪୦ ଟଙ୍କା । ନୂଆ ତରିକାରେ ମାର୍କେଟକୁ ସପ୍ଲାଇ ହେଉଥିଲା ଦେଶୀ ମଦ । ଏହି ବୋତଲକୁ ଯିଏ ଦେଖିବ, ସିଏ ଭାବିବ ଏହା କେଉଁ ନୂଆ ଡିଜାଇନର ପାଣି ବୋତଲ । ହେଲେ ଆପଣ ଏହାକୁ ପାଣି ଭାବି ପିଇଦେଲେ କାମ ସରିଲା । କାହିକିଁନା ଏହି ବୋତଲରେ ପ୍ୟାକିଂ ହୋଇଛି ଆଠଗଡ଼ ଅଞ୍ଚଳରୁ ଆସିଥିବା ଦେଶୀମଦ । ଆଉ ଏହାର ବଟଲିଂ ପ୍ଲାଣ୍ଟ ବସିଥିଲା ଦାରୁଠେଙ୍ଗରେ । ଆଧୁନିକ ମେସିନ ଦ୍ବାରା ଚକାଚକ ପ୍ୟାକିଂ ହୋଇ ମଦ ଯାଏ ବଜାରକୁ । ଯାହାର ଖବର ପାଇ ଆଜି ଦାରୁଠେଙ୍ଗ ପ୍ଲାଣ୍ଟରେ ରେଡ୍ ମାରିଥିଲା ଅବକାରୀ ବିଭାଗ ।

Advertisment

ଚଢାଉ ବେଳେ ୧୦ହଜାର ଲିଟର ଦେଶୀମଦ, ପ୍ୟାକେଜିଂ ମେସିନ ଓ ୪ଟି ଚାରିଚକିଆ ଯାନ ଜବତ କରିଛି ଅବକାରୀ ଟିମ୍। ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୧୯ ଲକ୍ଷ ରୁ ଅଧିକ ହେବ ବୋଲି ଜଣାପଡିଛି । ସେପଟେ ଏହି କେସରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଘର ମାଲିକଙ୍କ ସମ୍ପର୍କରେ ଛାନଭିନ ଜାରି ରଖିଛି ଅବକାରୀ ଟିମ୍‌ ।

କିଛିଦିନ ତଳେ କୋଲଡ୍ରିଂକ୍ସ ବୋତଲ ଭିତରେ ଦେଶୀ ମଦ ପୁରାଇ ବିକ୍ରି ଅଭିଯୋଗରେ ଗିରଫ ହେଇଥିଲେ ବରମୁଣ୍ଡା ଅଞ୍ଚଳର ଯୁବକ । ଆଉ ଏବେ ମିନି ପାଣିବୋତଲରେ ବିକୁଥିଲେ ଦେଶୀମଦ । ବିଭିନ୍ନ ସମୟରେ ରାଜଧାନୀର ବିଭିନ୍ନ ବସ୍ତିରେ ଦେଶୀମଦ ଭାଟି ଭାଙ୍ଗିଛି ଅବକାରୀ ବିଭାଗ । ହେଲେ ଜାମିନରେ ଆସି ମଦ ମାଫିଆ ନୂଆ ନୂଆ କୌଶଳରେ ଚଳାଉଛନ୍ତି କାରବାର ।

ଚୋରା ମଦ ବେପାରୀଙ୍କ ନୂଆ ନୂଆ ଫଣ୍ଡା ଦେଖି ତାଜୁବ୍ ଅବକାରୀ ବିଭାଗ । ନିଶା କାରବାର ରୋକିବା ପାଇଁ ଯେତେ ଫନ୍ଦି କଲେ ମଧ୍ୟ ମଦ ବେପାରୀ ଆପଣାଉଛନ୍ତି ଅନ୍ୟାନ ଉପାୟ ।

ଅଧିକ ପଢ଼ନ୍ତୁ: କିଟ୍‌ରେ ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ଏପରି କହିଲେ NHRC

Illegal Country Liquor Bhubaneswar
Advertisment
Advertisment