• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Feb 2024: ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ନିବେଶ କରନ୍ତୁ ଖୁବ୍‌ ଲାଭ ପାଇବେ...

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ରବିବାର । ଚନ୍ଦ୍ର- ବୃଷ ରାତ୍ରି ୦୯.୫୪ ଗତେ ମିଥୁନ । ତିଥି-୯ମୀ ଦିବା ୦୮.୧୫ ଗତେ ୧୦ମୀ । ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୯.୫୪ ଗତେ କନ୍ୟା ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Aquarius

କୁମ୍ଭ

Sunday 18 Feb 2024

ଧନିଷ୍ଠା- ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ ।  ନିଜର ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ ।  

ଶତଭିଷା- ଆପଣଙ୍କର ଧ୍ୟାନ ଅଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ । ଉଚ୍ଚ ଶିକ୍ଷା ପଢିବାକୁ ଚାହୁଁଥିବା ବିଦ୍ୟାର୍ଥୀ ମାନଙ୍କୁ ପରିବାରର ସହଯୋଗ ମିଳିବ । କାହା ସହ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ ।

ପୂ, ଭାଦ୍ରପଦ- କୋର୍ଟ, କଚେରୀ କଥାକୁ ନେଇ ଅଧିକ ଭାବୁକ ହେଲେ ମନ ଅଶାନ୍ତି ରହିବ । ବୈବାହିକ ଜୀବନର ଆନନ୍ଦ ଦାୟକ ରହିବ । ଆଜି ଆପଣଙ୍କ କଳା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର- ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ