ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଗୁରୁବାର, ଚନ୍ଦ୍ର- କର୍କଟ ଦିବା ୦୪.୫୭ ଗତେ ସିଂହ ତିଥି – ପ୍ରତିପଦ ସନ୍ଧ୍ୟା ୦୫.୩୫ ଗତେ ୨ୟା ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ
ମୃଗଶିରା- ପ୍ରଚୁର ତାଜା ଫଳ ଏବଂ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ଶକ୍ତି ଦେବ । ଆପଣ ଦୀର୍ଘ ସମୟ କାମ କରିବାକୁ ସମର୍ଥ ହେବେ । ନୂତନ ବ୍ୟବସାୟରେ ଉତ୍ତମ ରୋଜଗାର ହେବ ।
ଆଦ୍ରା- ପାରିବାରିକ ମାମଲାରେ ମାନସିକ ଶାନ୍ତି ମିଳିବ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଧନଧାନ୍ୟ, ଭୂମି, ପ୍ରାପ୍ତିର ଯୋଗ ରହିଛି ।
ପୁନର୍ବସୁ- ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଛାତ୍ରଛାତ୍ରୀମାନେ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫