/odishatv-khabar/media/post_attachments/uploadimage/library/16_9/16_9_0/Amit_shah_1746676697.jpg)
Amit shah
ଅପରେସନ ସିନ୍ଦୂର ପରେ ଭାରତରେ ହାଇଆଲର୍ଟ ଜାରି କରାଯାଇଛି । ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି କରାଯାଇଛି । ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି। ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି ବୋଲି କୁହାଯାଇଛି। ଆରବ ସାଗରରେ ଭାରତର ଯୁଦ୍ଧ ଜାହାଜ ମୁତୟନ ହୋଇଛି।
ଅଧିକ ପଢ଼ନ୍ତୁ: କିପରି ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ପାକିସ୍ତାନର ମୁରିଦକେ ଅଞ୍ଚଳ; ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍
ପାକିସ୍ତାନ ଉପରେ ହମଲା ପରେ ସୀମାନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୀମାନ୍ତ ରାଜ୍ୟଗୁଡ଼ିକ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେ କୌଣସି ପରିସ୍ଥିତିର ମୁକାବିଲା ଲାଗି ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ।
ସେହିଭଳି କୌଣସି ଭାରତ ବିରୋଧୀ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଉପରେ ମଧ୍ୟ ନିଘା ରଖିବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି SDRF, ସିଭିଲ ଡିଫେନ୍ସ, ହୋମଗାର୍ଡ ଏବଂ ଏନସିସିକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)