Advertisment

Pakistani Border Assault: ଭାରତ-ପାକ୍ ସୀମାରେ ଘନଘନ ଆକ୍ରମଣ; ଜଣେ ଯବାନ ସହିଦ,୧୫ ମୃତ

ପାକିସ୍ତାନ ମାଟିରେ ପହଲଗାମ୍ ଆକ୍ରମଣରେ ବଦଲା ନେବା ପରେ ରକ୍ତମୁଖା ପାକିସ୍ତାନୀ ସେନା। ଭାରତ-ପାକ ସୀମାରେ ପାକିସ୍ତାନ ପଟୁ ଘନ ଘନ ଆକ୍ରମଣ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
pakistan

pakistan

ପାକିସ୍ତାନ ମାଟିରେ ପହଲଗାମ୍ ଆକ୍ରମଣରେ ବଦଲା ନେବା ପରେ ରକ୍ତମୁଖା ପାକିସ୍ତାନୀ ସେନା। ଭାରତ-ପାକ ସୀମାରେ ପାକିସ୍ତାନ ପଟୁ ଘନ ଘନ ଆକ୍ରମଣ କରାଯାଉଛି। ଗୁଳିଗୋଳା ବର୍ଷଣ ଜାରି ରଖିଛି ପାକିସ୍ତାନୀ ସେନା। ରାଜୌରୀ, ପୁଂଚ୍, ତଙ୍ଗଧର ଆଦିଅଞ୍ଚଳରେ ସୀମାନ୍ତ ଗାଁ ଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୧୫ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି।

Advertisment

ଅଧିକ ପଢ଼ନ୍ତୁ: ଚୀନ ଶରଣରେ ପଶିଥିଲା ପାକିସ୍ତାନ; ଧୋକାଦେଲା ଡୁପ୍ଲିକେଟ୍ ଚାଇନା ମାଲ୍

ପାକିସ୍ତାନୀ ସେନା ମୁଖ୍ୟତଃ ସୀମା ଏପଟେ ଥିବା ସାଧାରଣ ଲୋକଙ୍କୁ ହିଁ ଟାର୍ଗେଟ୍ କରିଛନ୍ତି। ଭାରି ତୋପ ମାଡ ସହ ଗୁଳି ବର୍ଷା ଯୋଗୁ ଅନେକ ଲୋକଙ୍କ ଘର ନଷ୍ଟ ହୋଇଛି। ସାଧାରଣ ଲୋକଙ୍କ ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସୀମାନ୍ତ ଲୋକ ଭୟଭୀତ ହୋଇ ଘର ଛାଡୁଛନ୍ତି।

Advertisment

ପ୍ରବଳ ଗୁଳିଗୁଳାରେ କ୍ଷତି ସତ୍ତ୍ୱେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ସୀମାନ୍ତ ଅଞ୍ଚଳ ଲୋକଙ୍କ ସମର୍ଥନ ରହିଛି । କ୍ଷତି ବରଂ ହେଉ ପାକିସ୍ତାନକୁ କଡା ଜବାବ ଦିଆଯାଉ ବୋଲି କହୁଛନ୍ତି ସ୍ଥାନୀୟ ଲୋକେ। ଅନ୍ୟପକ୍ଷରେ ଘଟଣାକୁ ନେଇ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ ଜରୁରୀ କାଳୀନ ବୈଠକ ଡକାଇ ଆଲୋଚନା କରିଛନ୍ତି।

ସେହିପରି ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା LoCରେ ପାକିସ୍ତାନ ସେନା ଦ୍ୱାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ ହୋଇଛନ୍ତି। ବୀର ଯବାନ ଜଣଙ୍କ ହେଉଛନ୍ତି 5 ଫରଓ୍ୱାଡ୍ ରେଜିମେଣ୍ଟର ଲାନସ ନାୟକ ଦିନେଶ କୁମାର। ଏନେଇ ହ୍ୱାଇଟ ନାଇଟ୍ କୋର ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ଭୋର ସମୟରେ ପାକିସ୍ତାନପଟୁ ଗୁଳିବର୍ଷାରେ ଯବାନ ଦିନେଶ କୁମାର ସହିଦ ହୋଇଛନ୍ତି। ଦେଶ ପାଇଁ ଦିନେଶଙ୍କ ବଳିଦାନକୁ ସଲାମ କରୁଛି ବୋଲି ଉଲ୍ଲେଖ କରିଛି ହ୍ୱାଇଟ ନାଇଟ୍ କୋର । ଏଥିସହ ଯେଉଁ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ପରିବାର ସହ ଆମେ ଏକତାର ସହ ଠିଆ ହୋଇଛି ବୋଲି ଉଲ୍ଲେଖ କରାଯାଇଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

Pakistan Airstrike Operation Sindoor
Advertisment
Advertisment