• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର - କନ୍ୟା ଅହୋରାତ୍ର । ତିଥି-୧୪ ଶୀ  ରାତ୍ରି ୦୯.୫୧ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ମୀନ । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୦ ପର୍ଯ୍ୟନ୍ତ

Scorpio

ବିଛା

Friday 13 Oct 2023

ବିଶାଖା- ମନ କଥାକୁ ଖୋଲିକରି କହିଲେ ମଧ୍ୟ ନିଜର ଲୋକମାନେ ସମାଲୋଚନା କରିପାରନ୍ତି। ସ୍ତ୍ରୀ କିମ୍ବା ସ୍ବାମୀଙ୍କ ଚିଡ଼ା ସ୍ୱଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି। ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତି ଅନୁଭବ କରିବେ।

ଅନୁରାଧା- ଆର୍ଥିକ ଦିଗଟି ଭଲ ହେଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦୁଃଶ୍ଚିନ୍ତା ବଢ଼ିଯିବ। ପରିବାରରେ ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତାପ୍ରକଟ କରିବେ। ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ।

ଜ୍ୟୋଷ୍ଠା- ମାମଲାରେ ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହିପାରନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆତ୍ମୀୟମାନେ କ୍ରମଶଃ ଦୂରେଇ ଯିବେ। ଜମିଜମା ଏବଂ ପିଲାଙ୍କ କଥା ନେଇ ପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର - ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ