• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର - କନ୍ୟା ଅହୋରାତ୍ର । ତିଥି-୧୪ ଶୀ  ରାତ୍ରି ୦୯.୫୧ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ମୀନ । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୦ ପର୍ଯ୍ୟନ୍ତ

Pisces

ମୀନ

Friday 13 Oct 2023

ପୂ, ଭାଦ୍ରପଦ- ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିପାରେ। ବ୍ୟବସାୟ, ପରିବହନ, ବାଣିଜ୍ୟ ମାନ୍ଦା ହେବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। 

ଉ, ଭାଦ୍ରପଦ- ସାମାଜିକ ସ୍ତରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଯେଉଁ କାମରେ ବାହାରିଛନ୍ତି ସେଥିରେ କୃତକାର‌୍ୟ୍ୟ ହେବେ। ମାଲିମକଦ୍ଦମା, ବ୍ୟବସାୟ, ପରିବହନ ପାଇଁ ଅସୁବିଧା ହେବ ନାହିଁ।

ରେବତୀ- ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଗୃହସୀମାଜନିତ ବିବାଦ, କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପିଲାମାନଙ୍କ କାର‌୍ୟ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର- ଗୋମାତାଙ୍କୁ ଗୁଡ, ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ