• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର - କନ୍ୟା ଅହୋରାତ୍ର । ତିଥି-୧୪ ଶୀ  ରାତ୍ରି ୦୯.୫୧ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ମୀନ । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୦ ପର୍ଯ୍ୟନ୍ତ

Gemini

ମିଥୁନ

Friday 13 Oct 2023

ମୃଗଶିରା- ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହେବ। କାମଗୁଡିକରେ କୌଣସି ପ୍ରତିବନ୍ଧକ ନ ରହିଲେ ମଧ୍ୟ ସେତେଟା ପ୍ରୀତିପ୍ରଦ ରହିବ ନାହିଁ । ନିକଟରେ ରହୁଥିବା ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ଦୁଃଖ ଭୁଲି ଯିବାରେ ସାହାଯ୍ୟ କରିବ।

ଆଦ୍ରା- କାର୍ଯ୍ୟ ହାସଲ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ର ସକାଶେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।

ପୁନର୍ବସୁ- ସାଙ୍ଗଠନିକ କାର୍ଯ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ପାରିବାରିକ ଆଲୋଚନାକୁ ପ୍ରାଧାନ୍ୟ ଦେଇପାରନ୍ତି। ଆକସ୍ମିକ ଭାବରେ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ