• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର - କନ୍ୟା ଅହୋରାତ୍ର । ତିଥି-୧୪ ଶୀ  ରାତ୍ରି ୦୯.୫୧ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ମୀନ । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୦ ପର୍ଯ୍ୟନ୍ତ

Libra

ତୁଳା

Friday 13 Oct 2023

ଚିତ୍ରା- ପରିଶ୍ରମଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ। ବନ୍ଧୁଙ୍କ ପାଖରେ ସମସ୍ୟାକୁ ଜଣାନ୍ତୁ; ଅବଶ୍ୟ ସହଯୋଗ ମିଳିଯିବ। 

ସ୍ୱାତୀ- ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରରେ ମତାନ୍ତର ଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା ହେତୁ ମାନସିକ ସ୍ଥିତି ଭଲ ରହିନପାରେ। 

ବିଶାଖା- ଶତ୍ରୁତା କରୁଥିବା ଲୋକ ନିଜର ଫାଇଦା ହାସଲର ଅପଚେଷ୍ଟା ଲାଗି ମନ ବଳାଇ ପାରନ୍ତି । ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମଟି ଆଜି ସମ୍ପନ୍ନ ହୋଇପାରିବ। ସାମୟିକ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର - ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ