• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଲୁଟ୍ ପାଇଁ ବୋମା ଫିଙ୍ଗିଲେ ଏବଂ ପରେ ହାଣିଲେ ଦୁର୍ବୁତ୍ତ । ଭବାନୀପାଟଣା ଟାଉନ ଥାନା ମହାବୀର ପଡ଼ିଆ ନିକଟରେ ଆତଙ୍କ ରଚିଛନ୍ତି ଲୁଟେରା । ସ୍କୁଟିରେ ୩ ଲକ୍ଷ ନେଇ ଯିବା ବେଳେ ବ୍ୟବସାୟୀଙ୍କ ଉପରକୁ ବୋମା ଫିଙ୍ଗି ଚମ୍ପଟ୍ ମାରିଛନ୍ତି ଦୁର୍ବୁତ୍ତ । ଜଣେ ଅଭିଯୁକ୍ତକୁ ସ୍ଥାନୀୟ ଲୋକ କାବୁ କରି ପୋଲିସର ଜିମା ଦେଇଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଛାନବିନ ଚଳାଇଛି ପୋଲିସ ।

ଭବାନୀପାଟଣାରେ ଚାଞ୍ଚଲ୍ୟ । ଚଳନ୍ତା ସ୍କୁଟି ଉପରେ ବୋମାମାଡ଼ । ଲୁଟ୍ ପାଇଁ ବୋମା ଫିଙ୍ଗିଲେ ଏବଂ ପରେ ହାଣିଲେ । ଦିନ ୧୦ଟାରେ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କକୁ ଯାଉଥିଲେ ବ୍ୟବସାୟୀ ନରେଶ ସାହୁ । ସ୍କୁଟିରେ ପ୍ରାୟ ୩ ଲକ୍ଷ ଟଙ୍କା ନେଇଯିବା ବେଳେ ମହାବୀର ପଡ଼ିଆ ନିକଟରେ ଆକ୍ରମଣ କରିଥିଲେ ତିନି ଲୁଟେରା । ବାଇକରେ ଆସି ନରେଶଙ୍କ ଉପରକୁ ଫିଙ୍ଗିଥିଲେ ବୋମା ।

Also Read

ବୋମାମାଡ଼ ପରେ ସ୍କୁଟିର ଆଗପାଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ହେଲେ ସୌଭାଗ୍ୟକୁ ବର୍ତ୍ତି ଯାଇଥିଲେ ନରେଶ । ବୋମାମାଡ଼ ପରେ ବି ଟଙ୍କା ଛଡ଼ାଇ ନେବାକୁ ନରେଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ଲୁଟେରା । ହେଲେ ଏଥିରେ ସଫଳ ହୋଇ ପାରିନଥିଲେ । ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଧରି ନିସ୍ତୁକ ପିଟିଥିଲେ ସ୍ଥାନୀୟ ଲୋକ । ଅପରପକ୍ଷେ ଆହତ ବ୍ୟବସାୟୀଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ଛାନବିନ ଚଲାଇଛି । ଫେରାର ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ତେବେ ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଲୁଟେରାଙ୍କ ଏଭଳି ଦୌରାତ୍ମ୍ୟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସହରରେ ଅସାମାଜିକ ଲୋକଙ୍କ ଉତ୍ପାତ ବଢୁଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅଧିକ ପଢ଼ନ୍ତୁ: ମା’ ପାଖକୁ ଫେରିଲାନି ନିଖୋଜ ପୁଅ; ମିଳିଲା ପାଇଖାନା ଟାଙ୍କିରୁ ମୃତଦେହ