• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12 October 2023: ଏହି ରାଶିର ବ୍ୟକ୍ତିଙ୍କ ଆଜି ଧନ ବୃଦ୍ଧି ହୋଇପାରେ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୧୬ ଗତେ କନ୍ୟା । ତିଥି- ୧୩ଶୀ ରାତ୍ରି ୦୭.୫୪ ଗତେ ୧୪ ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ସନ୍ଧ୍ୟା ୦୬.୧୬ ଗତେ ବୃଷ ରାଶିର । ଘାତବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ଦିବା ୧୧.୩୫ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ।

Leo

ସିଂହ

Thursday 12 Oct 2023

ମଘା- ସାମାନ୍ୟ କୌଶଳ ପ୍ରୟୋଗ କରି କାମ କଲେ, ଯାହା ଚାହୁଁଛନ୍ତି ତାହା ପାଇପାରିବେ । ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି । ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ ।

ପୂ- ଫାଲ୍‌ଗୁନୀ- ଆଜି ଘର କାମ ସାଙ୍ଗକୁ ଅଫିସ୍ କାମର ଜଞ୍ଜାଳ ବଳିଯିବ । ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ସକାଳୁ କୌଣସି ବିଶେଷ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ ।

ଉ- ଫାଲ୍‌ଗୁନୀ- ଯାହା ଚାହୁଁଥିଲେ ତାହା ହାସଲ କରିବାରୁ ମନ ଖୁସି ହୋଇଯିବ । ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ ।

ପ୍ରତିକାର- ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :