• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12 October 2023: ଏହି ରାଶିର ବ୍ୟକ୍ତିଙ୍କ ଆଜି ଧନ ବୃଦ୍ଧି ହୋଇପାରେ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୧୬ ଗତେ କନ୍ୟା । ତିଥି- ୧୩ଶୀ ରାତ୍ରି ୦୭.୫୪ ଗତେ ୧୪ ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ସନ୍ଧ୍ୟା ୦୬.୧୬ ଗତେ ବୃଷ ରାଶିର । ଘାତବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ଦିବା ୧୧.୩୫ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ।

Taurus

ବୃଷ

Thursday 12 Oct 2023

କୃତିକା- ପରିବାରରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ରହିଥିବା ପୂର୍ବ ସମସ୍ୟାକୁ ସୁଧାରି ନେବେ ।

ରୋହିଣୀ- କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ସାହାଯ୍ୟ ପାଇପାରିବେ । କ୍ରମଶଃ ଦୂରେଇ ଯାଉଥିବା କୌଣସି ଆତ୍ମୀୟଙ୍କ ପାଇଁ ମନ ଦୁଃଖ ହୋଇପାରେ । ସାମାଜିକ ସ୍ତରରେ ସମସ୍ୟା ସୃଷ୍ଟି ହୋଇପାରେ ।

ମୃଗଶିରା- ଅଶାନ୍ତିଜନିତ ମାନସିକ ଯନ୍ତ୍ରଣା କେତେକାଂଶରେ ବନ୍ଧୁଙ୍କ ଆଶ୍ୱାସନାରୁ ଉପଶମ ହେବ । ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଆନୁଷ୍ଠାନିକ କାର୍ଯ୍ୟ ପ୍ରସ୍ତୁତି ସକାଶେ ବ୍ୟସ୍ତ ରହିପାରନ୍ତି ।

ପ୍ରତିକାର- ମା’ କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :