• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12 October 2023: ଏହି ରାଶିର ବ୍ୟକ୍ତିଙ୍କ ଆଜି ଧନ ବୃଦ୍ଧି ହୋଇପାରେ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୧୬ ଗତେ କନ୍ୟା । ତିଥି- ୧୩ଶୀ ରାତ୍ରି ୦୭.୫୪ ଗତେ ୧୪ ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ସନ୍ଧ୍ୟା ୦୬.୧୬ ଗତେ ବୃଷ ରାଶିର । ଘାତବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ଦିବା ୧୧.୩୫ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ।

Capricorn

ମକର

Thursday 12 Oct 2023

ଉ, ଷାଢା- ପାରିବାରିକ ଶୃଙ୍ଖଳା ରକ୍ଷା ଦିଗରେ ନିଜର ଦୂରଦର୍ଶିତା ଆପଣଙ୍କୁ ସାହାଯ୍ୟ କରିବ । ଭଲ କଥା କହିଲେ ମଧ୍ୟ ଭୁଲ ବୁଝାମଣା କାରଣରୁ ପରିବାରରେ ସମ୍ପର୍କ ହାନି ଆଶଙ୍କା ରହିଛି । ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ।

ଶ୍ରବଣା- ପଡ଼ୋଶୀଙ୍କ ସହ ସାମାନ୍ୟ କାରଣରୁ ସମ୍ପର୍କ ହାନୀ ଘଟିପାରେ । ନିଜର ଦକ୍ଷତା ହେତୁ ଅର୍ଥ ଓ ସମ୍ମାନ ଲାଭରେ ନିଜକୁ ଗୌରବାନ୍ୱିତ ମନେକରିବେ । ପ୍ରଶଂସା ବାକ୍ୟରେ ନିଜକୁ ଭାଗ୍ୟବାନ ମନେକରିବେ ।

ଧନିଷ୍ଠା- ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମିଳିବ । ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡନ କରିବା ଫଳରେ ଆପଣ ସ୍ଥିର ଭାବରେ ରହିପାରିବେ ନାହିଁ ।

ପ୍ରତିକାର- ମା’ ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :