• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12 October 2023: ଏହି ରାଶିର ବ୍ୟକ୍ତିଙ୍କ ଆଜି ଧନ ବୃଦ୍ଧି ହୋଇପାରେ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୧୬ ଗତେ କନ୍ୟା । ତିଥି- ୧୩ଶୀ ରାତ୍ରି ୦୭.୫୪ ଗତେ ୧୪ ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ସନ୍ଧ୍ୟା ୦୬.୧୬ ଗତେ ବୃଷ ରାଶିର । ଘାତବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ଦିବା ୧୧.୩୫ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ।

Aquarius

କୁମ୍ଭ

Thursday 12 Oct 2023

ଧନିଷ୍ଠା- କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା କାରଣରୁ ସେହିକଥା ଭାବି ଅନ୍ୟମନସ୍କ ରହିପାରନ୍ତି । ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ବିତର୍କ ସୃଷ୍ଟି ସମ୍ଭାବନା ରହିଛି ।

ଶତଭିଷା- ସଭାସମିତି, ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସାମୟିକ ପ୍ରତିବନ୍ଧକ ଦେଖାଦେଇପାରେ ।

ପୂ, ଭାଦ୍ରପଦ- ସ୍ୱାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଶତ୍ରୁତା ଆଚରଣ କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱତା ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ । ଯାନବାହନ, ଜମିଜମା, ଗୃହସୀମା ସମସ୍ୟା ଲାଗି ରହିବ।

ପ୍ରତିକାର- ମା’ କାଳିଙ୍କ ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :