ବଡ଼ ଖବର । କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିବ। ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ତେବେ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ। ସିଂହଦ୍ବାର ଦେଇ ପ୍ରସ୍ଥାନକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ଏ ବ୍ୟବସ୍ଥା ଶ୍ରୀମନ୍ଦିର ସେବକ/ସେବକ ପରିବାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କୁହାଯାଇଛି।
Published By: Santosh Kumar Sahoo
Last updated: 16 October 2024, 10:16 PM IST
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତର ଇଚ୍ଛା ଜଗା ଦର୍ଶନ, ମହାପ୍ରସାଦ ସେବନ। ହେଲେ ଶଙ୍ଖୁଡ଼ି ହେଉ କି ଶୁଖିଲି, ଯେକୌଣସି ଭୋଗ କିଣିଲା ବେଳକୁ ରେଟ୍ ଶୁଣି ଭକ୍ତର ମୁଣ୍ଡ-କାନ ଝାଇଁ ମାରିଯାଉଛି।