/odishatv-khabar/media/post_attachments/uploadimage/library/16_9/16_9_0/New_OSD_1741005140.jpg)
New OSD
ମୁଖ୍ୟମନ୍ତ୍ରୀଙ୍କ OSD ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । କେନ୍ଦୁଝର ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରୁଥିବା କୌଶିକ ପଟ୍ଟନାୟକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ OSD । ଆଜି ୧୮ ଜଣ OAS ଅଫିସରଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ବଦଳି ହୋଇଥିବା ଅଫିସରମାନଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ବିଡିଓ ଓ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଗରୁ କେନ୍ଦୁଝର ଜିଲ୍ଲାର ଅନେକ ଅଫିସରଙ୍କୁ ବଦଳି କରାଯାଇଥିଲା । ଏବେ କୌଶିକଙ୍କୁ ନୂତନ ନିଯୁକ୍ତି ମିଳିଛି । ପୂର୍ବରୁ କେନ୍ଦୁଝର ଏଡିଏମ ଥିବା ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦୁଝର ଉପଜିଲ୍ଲାପାଳ ଥିବା ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା ହେଉଛି କେନ୍ଦୁଝର ।
ଅଧିକ ପଢ଼ନ୍ତୁ :ନବୀନଙ୍କ ଜମି ବୁଲା ନେଇ ଜୋର୍ଦାର୍ ଚର୍ଚ୍ଚା; ଟାର୍ଗେଟ୍ କଲେ ସିଏମ୍ ମୋହନ ମାଝୀ
#କୌଶିକ_ପଟ୍ଟନାୟକ_ମୁଖ୍ୟମନ୍ତ୍ରୀଙ୍କ_OSD
ମୁଖ୍ୟମନ୍ତ୍ରୀଙ୍କ OSD ହେଲେ କୌଶିକ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ OSD ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। କେନ୍ଦୁଝର ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ କୌଶିକ । #Odisha#MohanMajhi#OSD#KaushikPatnaik#OTVpic.twitter.com/vslMWwgPft— ଓଟିଭି (@otvkhabar) March 3, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)