/odishatv-khabar/media/post_attachments/uploadimage/library/16_9/16_9_0/Tattoo__1741007175.jpg)
Tattoo
ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଶରୀରର ଏଭଳି ସ୍ଥାନରେ ଟାଟୁ କରିବାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।
ଏନେଇ ହିନ୍ଦୁ ସେନା ଗତକାଲି ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲା । ସୂଚନା ମୁତାବକ, ଭୁବନେଶ୍ୱରର ଏକ ଟାଟୁ ସେଣ୍ଟରରେ ଏଭଳି ଟାଟୁ କରାଇଥିଲେ ଜଣେ ବିଦେଶୀ ମହିଳା ।
ନିଜ ସୋସାଲ ମିଡିଆ ଆକାଉଣ୍ଟରେ ମହିଳା ଜଣକ ଏହାକୁ ଅପଲୋଡ୍ କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତେବେ ଏହାପରେ ସହିଦ ନଗରର ସମ୍ପୃକ୍ତ ଟାଟୁ ଦୋକାନ ମାଲିକ ଓ ଟାଟୁ ଆଙ୍କିଥିବା ବ୍ୟକ୍ତିଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ଧର୍ମୀୟ ଭାବନା କୁଠାରଘାତ ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଟାଟୁ ଦୋକାନ ମାଲିକ ଓ ବିଦେଶିନୀ ଏହି ଘଟଣାରେ କ୍ଷମା ମାଗିଛନ୍ତି ।
ଘଟଣାକୁ ନେଇ ହିନ୍ଦୁ ସେନାର କର୍ମକର୍ତ୍ତା କହିଛନ୍ତି, ଜଣେ ବିଦେଶିନୀ ଜଂଘରେ ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଙ୍କ ଚିତ୍ର କରିଛନ୍ତି । ଏହାକୁ ଆମେ ବିରୋଧ କରୁଛୁ । ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)