ପୁରୀରେ ନୌସେନା ଦିବସ ପାଳନ କାଉଣ୍ଟଡାଉନ୍ । ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ । ନୌସେନାର ଫାଇଟର ଜେଟ୍ ଓ ହେଲିକପ୍ଟର ରଣକୌଶଳ ଦେଖାଉଥିବା ବେଳେ ପହଞ୍ଚିଲାଣି ଓ୍ବାର ସିପ୍ । ପର୍ଯ୍ୟଟନର ସହରରେ ଏବେ ଯୁଦ୍ଧର ଭ୍ରମ। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ ।
Published By: Sujit kumar Swain
Last updated: 30 November 2024, 10:35 PM IST
ଖୋଲା ଆକାଶ ତଲେ ପଡିରହିଛି ଚାଷୀର ବସ୍ତା ବସ୍ତା ଧାନ । ସହର ପାଖରେ ଥିବାରୁ, ନେତା, ମନ୍ତ୍ରୀ ଓ ଅଫିସର ଏହି ମଣ୍ଡିକୁ ଘନ ଘନ ଗସ୍ତ କରୁଛନ୍ତି । କିନ୍ତୁ ଠିକଠାକ ଉଠିପାରୁନି ଚାଷୀର ଧାନ । ଏବେ ଅଦିନିଆ ବର୍ଷା ଯୋଗୁଁ, ବାହାରେ ପଡିରହିଥିବା ବସ୍ତା ବସ୍ତା ଧାନ ଭିଜିବାରେ ଲାଗିଛି । ପଲିଥିନ ଢାଙ୍କି ଚାଷୀ ଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରି ବିଫଳ ହେଉଛି ।