ରାଜ୍ୟରେ କରୋନା ସଂକ୍ରମଣ କମିଛି କିନ୍ତୁ ଭୁବନେଶ୍ୱର, କଟକରେ ଟିକେ ଉଦେବେକ ସ୍ଥିତି ରହିଛି। ସଂକ୍ରମଣ କମିବା ଉପରେ ପଦକ୍ଷେପ ନିଆଯାଉଛି। ଛତିଶଗଡ଼ ସୀମାନ୍ତ ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
୧୧% ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮% ହେଲା । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ଲାଗୁ ହେବ ।
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ।
ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଘରୁ ୫୫୦ ଗ୍ରାମ ବ୍ରାଉନସୁଗର ଜତବ ହୋଇଛି। ଏହାସହ ୩୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ବଜାରକୁ ଆସିଛି ନୂଆ ଟ୍ରେଣ୍ଡର ରେନ୍ କୋଟ୍ । କଟକରେ ମିଳୁଛି ବିଭିନ୍ନ ଟ୍ରେଣ୍ଟର ରେନ୍ କୋଟ୍ । ଗ୍ରାହକଙ୍କୁ ବହୁତ କମ୍ ଟଙ୍କା ଓ ସୁବିଧାରେ ରେନ୍ କୋଟ୍ ମିଳିପାରୁଛି । ସବୁଠୁ ଅଧିକ ଚାହିଦାରେ ଅଛି ପକେଟ୍ ରେନ୍ କୋଟ୍ ଯାହା ଗ୍ରାହାକଙ୍କୁ ବେସ୍ ପସନ୍ଦ ଆସୁଛି ।
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି।
ମାତ୍ର ୫୦୦ ଟଙ୍କାରେ ହେଲା ବାହାଘର । ୫୦୦ ଟଙ୍କାର ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । ମଧ୍ୟପ୍ରଦେଶର ଭୋପାଲ ନିବାସୀ ମାଜିଷ୍ଟ୍ରେଟ୍ ଶିବାଙ୍ଗୀ ଜୋଶୀ ସ୍ଥାନୀୟ ଅଞ୍ଚଳର ସେନା ମେଜର ଅନିକେତ ଚର୍ତୁବେଦୀଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି ।
ଓଡ଼ିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ । କୋଲକାତାରେ ୩ ଜଣ ବାଂଲାଦେଶୀ ଆତଙ୍କବାଦୀ ଧରାପଡ଼ିବା ପ୍ରସଙ୍ଗରେ ତନାଘନା । କୋଳକାତା ସହ ଯୋଗାଯୋଗରେ ରହିଥିବା କହିଛନ୍ତି ଓଡ଼ିଶା ଗୁଇନ୍ଦା ଅଧତ୍କାରୀ ।
କମିଶନରେଟ ପୋଲିସର ଚିନ୍ତା ବଢାଉଛି ସାଇବର ଫ୍ରଡ୍ । ଗତ ୬ ମାସରେ ସାଇବର ଠକ ଠକିଲେଣି ୬ କୋଟି ଟଙ୍କା
ଲଗାଣ ବର୍ଷା ପରେ ଏବେ ଉତ୍ତର ଭାରତରେ ସୃଷ୍ଟି ହୋଇଛି ଧ୍ୱଂସର ଲୀଲା । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ସଂଖ୍ୟାରେ ଘର ଭାଙ୍ଗିଛି ।
ଗୋଟି ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଆଗରେ ସୁଦର୍ଶନ, ପରେ ବଡ଼ଭାଇ ଆଉ ତାହା ପଛକୁ ଦେବୀ ସୁଭଦ୍ରା ଓ ସର୍ବାଶେଷରେ ଯାଉଛନ୍ତି କାଳିଆ ଗୋସାଇଁ
ଏକ ନାଗସାପ ଓ ୯ ବର୍ଷିୟା କୁନିଝିଅର ଯନ୍ତ୍ରଣାର କାହାଣୀ ଶୁଣିଲେ ଆପଣ ବି ଅତ୍ୟନ୍ତ ଦୁଃଖିତ ହେବେ। ପ୍ରାୟ ମାସେ ତଳେ ସର୍ପ ଦଂଶନର ଶିକାର ହୋଇଥିଲା ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା। ପରିବାର ପାଖରେ ଝିଅର ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ମାସେ ହେଲା ସେମିତି ଯନ୍ତ୍ରଣାରେ ଛଟପଟ ହେଉଛି କୁନିଝିଅ
ସନ୍ଦେହ ଘେରରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଗତକାଲି ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି
ଦୁଇଦିନ ପରେ ଶେଷ ହେବ ପଞ୍ଚମ ପର୍ଯ୍ୟାୟ ଆଂଶିକ ଲକଡାଉନ୍। ଜୁଲାଇ ୧୬ରୁ କେଉଁ କେଉଁ ନୂଆ ନିୟମ ଲାଗୁ ହେବ, କେଉଁ କ୍ଷେତ୍ରରେ କଟକଣା ଅଧିକ କୋହଳ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ସବୁ ଜିଲ୍ଲାରେ ଏଯାଏଁ ବସ୍ ସେବା ଆରମ୍ଭ ହୋଇନଥିବା ବେଳେ ଜିମ୍, ବିୟୁଟି ପାର୍ଲର, ମଲ୍ ଆଦି ବନ୍ଦ ରହିଛି।
ରାଜଧାନୀରେ ବାଟବଣା ହୋଇଛି କି ବିଏମ୍ସିର ମୋ ସାଇକେଲ ଯୋଜନା ? ଗୋଟିଏ ପଟେ ରାସ୍ତା କଡ଼ରେ ବିନା ବ୍ୟବହାରରେ ଛିଡ଼ା ହୋଇଥିବା ଶହ ଶହ ସାଇକେଲ, ବାସ୍ତବ ସ୍ଥିତି ବଖାଣୁଥିବାବେଳେ ଏପଟେ କାବଡ଼ି ଖାନାକୁ ସ୍କ୍ରାପିଂ ପାଇଁ ଗଲାଣି ଶହ ଶହ ସାଇକେଲ।
ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ACFO) ଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ACFOଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଛନ୍ତି ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ।
ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଭକତ ଡୋରିରେ ବନ୍ଧା କାଳିଆ ଠାକୁର । କୁନି ଭକତର କୁନି ରଥ । ପୁରୀ ଯିବାକୁ ଇଛା ଥିଲା ହେଲେ ସେ ଯାଇ ପାରିଲାନି ଜଗାକୁ ଦର୍ଶନ କରିବା ପାଇଁ , ସେଥିପାଇଁ ତ କୁନି ରଥ ତିଆରି କରି ରଥ ଟାଣିଛି କୁନି ଭକ୍ତ । କାଳିଆ ପ୍ରେମରେ ପଡିଯାଇଛି ସୁନ୍ଦରଗଡ଼ ଜିଲ୍ଲାର ୨ ବର୍ଷର ବାଳକ ।
ରଥାଋଢ ଚତୁର୍ଦ୍ଧାମୃର୍ତ୍ତିଙ୍କୁ ଅର୍ଣ୍ଣ ଭୋଗ ଲାଗିନଥାଏ । ପୂର୍ବ କାଳରୁ ଚାଲି ଆସିଛି ଏହି ପରମ୍ପରା। ପ୍ରଭୁଙ୍କ ନିକଟରେ ଶଂଖ କୋରା,ନଡିଆ କୋରା,ବଡ଼ କୋରା,ସାନ କୋରା ଓ ମଝାଲ କୋରା ସହିତ ବିଭିନ୍ନ ଫଳ ଭୋଗ ଲାଗି କରାଯାଏ ।
ଆସନ୍ତାକାଲିଠୁ ବିଜେପିର ପ୍ରତିବାଦ। ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତକାଟ ନେଇ କାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପ୍ରତିବାଦ କରିବ । କରୋନା ସମୟରେ ଲୋକଙ୍କ ଉପରେ ବିଦ୍ୟୁତ ଦରବୃଦ୍ଧି ଲଦି ଦିଆଯାଇଥିବା ବିଜେପି ଅଭିଯୋଗ କରିଛି ।
ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ବାମୀ । ପ୍ରେମ ବିବାହର ତିନି ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ହତ୍ୟା ପରେ ସ୍ତ୍ରୀର ମୃତଦେହକୁ ବେଡ୍ ଭିତରେ ଲୁଚେଇ ରଖିଥିଲା ସଇତାନ ସ୍ୱାମୀ
ଜୀବନ ଯୁଦ୍ଧରେ ହାରିଗଲେ କଟକର ଦିବ୍ୟରଞ୍ଜନ ବେହେରା । କରୋନାରେ ପୀଡିତ ହୋଇଥିଲେ ଦିବ୍ୟରଞ୍ଜନ । ଭୁବନେଶ୍ବରରେ ଚାଲିଥିଲା ଇକମୋ ଚିକିତ୍ସା ।
କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମୃଦଙ୍ଗ କାରୀଗରଙ୍କ ଉପରେ ଦାଉ ସାଜିଛି କରୋନା ।
ହାତୀ ଘର ଭାଙ୍ଗିବା ନେଇ ଅଟକ ରହିଲେ ରେଞ୍ଜର ଓ ଫରେଷ୍ଟର । ହାତୀପଲ ଘର ଭାଙ୍ଗିବାକୁ ନେଇ ସୁନ୍ଦରଗଡ଼ ମାଲଦାରେ ଉତ୍ତେଜନା । ରେଞ୍ଜର ଓ ଫରେଷ୍ଟରଙ୍କୁ ୪ ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ ।
ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବାରିପଦାର ୨ କୁନିଝିଅ । ବାରିପଦାର ୨ କୁନି ଝିଅ ନିଜ ନାଚର ଯାଦୁରେ କରିଛନ୍ତି କିମିଆ। ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଜିତିଲେ ପୁରଷ୍କାର ।