ବାଲେଶ୍ୱର: କେତେବେଳେ ଚା ପ୍ୟାକେଟ୍ରେ ତ କେତେବେଳେ ପରିବା ଟ୍ରକ୍ରେ । ବେଙ୍ଗଲ୍ ମୁର୍ଶିଦାବାଦ୍ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର । ପୋଲିସର ଧରପଗଡ଼ ହେଉଛି ସତ । କିନ୍ତୁ ରଣନୀତି ବଦଳାଇ ମାଫିଆ ଚଳାଇଛନ୍ତି ଧନ୍ଦା । ଏପରିକି ମହିଳା ଏବଂ ଶିଶୁଙ୍କୁ ମଧ୍ୟସ୍ଥି ସଜାଇ ଅଭିନବ ଉପାୟରେ କୋଟି କୋଟିର ଖେଳ କରୁଛନ୍ତି ନିଶା ମାଫିଆ । ଗତ କିଛି ଦିନ ହେଲାଣି ବିପୁଳ ପରିମାଣର ବ୍ରାଉନସୁଗର୍ ଧରାପଡ଼ିବା ପରେ ଏବେ ଏସବୁ ତଥ୍ୟ ସାମ୍ନାକୁ ଆସିଛି ।
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ। ମହିଳାଙ୍କ ସ୍ୱାଧୀନତା ବୋଲି କିଛି ନାହିଁ, ତାଲିବାନ ଯୌନ ଶୋଷଣ କରନ୍ତି। ତାଲିବାନ ପଟୁ ଆକ୍ରମଣ ହେଲେ ଆଗୁଆ ସାଇରନ ବାଜି ଉଠେ ଆମେ ବଙ୍କର ଭିତରକୁ ପଶିଯାଉ, ବେଳେ ବେଳେ ଦେଢ଼ ଦିନ ରହିଥାଉ। ତାଲିବାନ ଆମେରିକା ସେନାକୁ ଡରୁଥିଲେ ବୋଲି କହିଲେ ମନୋରଞ୍ଜନ।
ଭୁବନେଶ୍ୱରରେ ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ। ଫାର୍ସାରେ ହାଣିଲେ ୩/୪ ଦୁର୍ବୃତ୍ତ। ଭୁବନେଶ୍ୱରର ୟୁନିଟ୍ ୬ ମା ତାରେଣୀ ବସ୍ତିରେ ଦୁର୍ବୃତ୍ତମାନେ ଆଶାକର୍ମୀଙ୍କ ଭାଇକୁ ଆକ୍ରମଣ କରୁଥିବା ବେଳେ ସେ ଅଟକାଇବାରୁ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହହ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏତେ ବାଟବଣା ଯେ, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀରେ ଘର ଖଣ୍ଡେ ପାଇଁ ଅନାଇ ବସିଛନ୍ତି ଶହ ଶହ ବିପନ୍ନ । ତେଣେ କେନ୍ଦୁଝରରେ ଧନୀ ଲୋକଙ୍କୁ ତାଲିକାରେ ରଖା ନଯିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ହତ୍ୟା ଧମକ ।
କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆଉ ୧୩୮ ପିଲା। ୪ ଦିନରେ ୪୭୬ ଆକ୍ରାନ୍ତ ହେବା ବଢ଼ାଇଛି ଚିନ୍ତା
ଅଲିମ୍ପିକ୍ସ ହିରୋଙ୍କୁ ଗତ ୧୬ ତାରିଖରେ ସମ୍ବର୍ଦ୍ଧନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବାସଭବନରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଏବଂ ଅନ୍ୟ ଅଲିମ୍ପିଆନ୍ସଙ୍କୁ ଭେଟିଥିଲେ । ତେବେ ଏହାରି ଭିତରେ ଓଡ଼ିଆ ଆଥଲେଟ୍ ଦୁତୀ ଚାନ୍ଦଙ୍କ ସହ ମୋଦିଙ୍କ ବାର୍ତାଳାପର କିଛି ଅଂଶ ।
କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମୁହଁ ଖୋଲିଲେ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ମା’।
ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି । ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବ୍ୟାଡମିଣ୍ଟନ ଖେଳାଳି ପଲକ କୋହିଲଙ୍କ ସହ ଅନେକ କଥା ସେୟାର କରିଥିଲେ ମୋଦି । ମୋଦିଙ୍କ ସହ ପଲକ କଥା ହେବା ବେଳେ ତାଙ୍କର ଖସି ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।
ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ପୁରା ସହରରେ ବଡ଼ ବଡ଼ ପୋଷ୍ଟର ଛାଇଯାଇଛି । ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ । ସଂଧ୍ୟା ସାଢ଼େ ୬ଟାରେ ଲୋକସେବା ଭବନରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର । ଖେଳାଳିଙ୍କ ରହିବା ଓ ଖାଇବା ପାଇଁ ଭୁବନେଶ୍ୱରସ୍ଥିତ ଏକ ହୋଟେଲ୍ରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଦେବା ପାଇଁ ବିଭିନ୍ନ ପ୍ରକାର ଆଇଡମ୍ ପ୍ରସ୍ତୁତ ହୋଇଛି ।
ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ ।
ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ । ୨୦ ବର୍ଷ ପରେ ତାଲିବାନକୁ ପୁଣି କବଜାକୁ ନେଲା ତାଲିବାନୀ ସଂଗଠନ । ରବିବାର ଦିନ ରାଜଧାନୀ କାବୁଲକୁ ଅକ୍ତିଆର କରିଥିଲା କରିବା ପରେ ତା’ ପରଦିନ ତାଲିବାନୀ ମାନେ ଏକ ମନୋରଞ୍ଜନ ପାର୍କରେ ମଜା କରୁଥିବା ଦେଖିବାକୁ ମିଳିଥିଛି । ଆମ୍ୟୁଜମେଣ୍ଟ୍ ପାର୍କରେ ଛୁଆଙ୍କ ପରି ମଜାମସ୍ତି କରିବାର ଦୁଇଟି ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ଭିଡିଓରେ ତାଲିବାନବାସୀ ହାତରେ ବନ୍ଧୁକ ଧରି ଏକ ବୈଦ୍ୟୁତିକ କାର ଚଳାଉଥିବା ଦେଖାଯାଇଛି । ଅନ୍ୟ ଏକ ଭିଡିଓରେ କିଛି ତାଲିବାନୀ ଘୋଡା ଚଢ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଆଫଗାନିସ୍ତାନ ଅକ୍ତିଆର କରିବା ପରେ ଭାରି ଖୁସି ଅଛନ୍ତି ତାଲିବାନୀ । ଗୋଟିଏ ପଟେ ସାଧାରଣ ଲୋକେ ଭୟଭୀତ ହୋଇ ଦେଶ ଛାଡ଼ୁଥିବା ବେଳେ ତାଲିବାନୀ ଆତଙ୍କବାଦୀ ମଜା କରୁଛନ୍ତି ।
କାବୁଲରୁ ଆସି ଭାରତରେ ପହଞ୍ଚିଲେ ୧୩୦ ଭାରତୀୟ ନାଗରିକ। ଭାରତରେ ପହଞ୍ଚିବା ପରେ ଭାରତୀୟଙ୍କ ଖୁସି କହିଲେ ନସରେ। ଘରକୁ ଫେରୁଥିବା ସମୟରେ ଭାରତ ମାତାକି ଜୟ ଧ୍ୱନୀରେ କମ୍ପି ଉଠିଥିଲା ପୂରା ପରିବେଶ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଆଉ ଆଜି ସକାଳୁ ସମସ୍ତଙ୍କୁ ଭାରତ ଫେରାଇ ଅଣାଯାଇଛି। କାବୁଲ୍ରେ ପାଖାପାଖି ୬୦୦ ଜଣ ଭାରତୀୟ ଫସିରହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତର ITBP ଯୱାନ୍ ଆଫଗାନିସ୍ତାନରେ ପହଞ୍ଚିଛି।
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି। ଆଜି ଡିଏଫ୍ଓ କାର୍ଯ୍ୟାଳୟ ଅଫିସ୍ ଗେଟ୍ ଜଗୁଆଳି ଏବଂ ଡିଏଫ୍ଓଙ୍କ ଘରେ ଥିବା ରୋଷେୟାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଏହାସହ ବନବିଭାଗର ଦୁଇ କର୍ମଚାରୀ ସନ୍ତୋଷ କୁମାର ବିଶ୍ୱାଳ ଏବଂ ଅଜୟ କୁମାର ବେହେରାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଚିନ୍ତା ବଢୁଛି। କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି, ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଆକ୍ରାନ୍ତଙ୍କ ତାଲିକାରେ ରହିଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୧ ଥିବାବେଳେ ଲୋକାଲ କେସ୍ ୨୯୯ ରହିଛି।ଅନ୍ୟପକ୍ଷେ ରାଜ୍ୟରେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଲା
ଟୋକିଓ ଅଲମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହିତ ବ୍ରୋଞ୍ଚ୍ ଜିତିଥିବା ପୁରୁଷ ହକି ଟିମ୍ଏବଂ ସେମି ଫାଇନାଲକୁ ଯାଇଥିବା ମହିଳା ହକି ଟିମ୍ କୁ ସ୍ୱାଗତ କରିବ ଓଡ଼ିଶା।ଆଜି ଉଭୟ ଟିମର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବା ପରେ ସଂଧ୍ୟାରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖେଳାଳିମାନେ ପହଞ୍ଚିବା ପରେ ଦୁଇ ହକି ଟମକୁ ସ୍ୱତନ୍ତ୍ର ବସରେ ନିଆଯିବ । ପରେ ସଂଧ୍ୟା 5ଟାରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ । ଏହାପରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି। ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର। ତେବେ କ୍ରାଇମବ୍ରାଞ୍ଚ ଏସ୍ଟିଏଫକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାର୍କେଟରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ । ଜବତ ହୋଇଥିବା ବ୍ରାଉନସୁଗରର ଓଜନ ୨ କିଲୋ ୪୦୨ ଗ୍ରାମ ହେବ ।
ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍। ଗତ ବର୍ଷ ଲକ୍ଡାଉନ୍ ସମୟରେ ଗୋଟିଏ ଘରେ ଏକ ସଙ୍ଗେ ୨ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଲେ ଜଣେ ବ୍ୟକ୍ତି । ପରେ ଶାରୀରିକ ସମ୍ପର୍କ ରଖିବା ସହ ଉଭୟ ମହିଳା ମା’ ବି ହୋଇଥିଲେ। ଘରକୁ ଫେରିଲେ କିପରି ମୁହଁ ଦେଖାଇବେ ଭାବି ଉକ୍ତ ବ୍ୟକ୍ତି ୨ ମହିଳାଙ୍କ ସହ ମିଶି ୨ ନବଜାତଙ୍କୁ ହତ୍ୟା କରି ପୋତି ଦେଇଥିଲେ। ଗୋଆରେ ଏହି ଅମାନବୀୟ ଘଟଣା ଘଟିଥିବା ବେଳେ ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ପୁରା ଘଟଣା ଏବେ ସାମ୍ନାକୁ ଆସିଛି।
ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ପ୍ରଦର୍ଶନ ପରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ତେବେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ଆଜି ବି ଅବହେଳିତ ଅବସ୍ଥାରେ କିଏ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦାଦାନ ଖଟିବାକୁ ଯାଉଛି ତ କିଏ ଚାକିରି ଖଣ୍ଡେ ପାଇଁ କରୁଛି ସଂଘର୍ଷ। ପୁଳାପୁଳା ସାର୍ଟିଫିକେଟ୍ ଏବଂ ମେଡାଲ୍ ଦିନେ ଖେଳ ପଡ଼ିଆରେ ଝାଳ ବୁହାଇ ଏସବୁ ହାସଲ କରିଥିଲେ ମାତ୍ର ଆଜି ଏହା ତାଙ୍କ ପାଇଁ ମୂଲ୍ୟହୀନ। ଆମେ କହୁଛୁ ଜାତୀୟ ହକି ଖେଳାଳି ସୁନ୍ଦରଗଡ଼ ଲୁଲୁକିଡିହିର ସନ୍ତୋଷ ମାଝୀଙ୍କ କଥା
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍ ସେମାନଙ୍କୁ ପଚରାଉଚରା କରିଛି। ଏବେ ମାମଲାରେ ଅନ୍ୟ ୪ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ର ।
ଆଫଗାନିସ୍ତାନ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଉଦ୍ବେଗ କଲା ଭଳି ଚିତ୍ର। ଗୋଟିଏ ବିମାନରେ ଯେତିକି ଯାତ୍ରୀ ଯିବାର କଥା ତାହାଠାରୁ ଢେର୍ ଅଧିକ ଲୋକ ବସୁଥିବା ଦେଖାଯାଇଛି। ସ୍ଥିତି ଏପରି ହୋଇଛି ଯେ, ବିମାନରେ ଲୋକମାନେ ଟାଉନ୍ବସ୍ରେ ଚଢିବା ପରି ଯାତ୍ରା କରୁଛନ୍ତି। ମୋଟ୍ ଉପରେ ବିମାନ ବନ୍ଦରରେ ବିକଳ ଚିତ୍ର ଦେଖିବାକୁ ମିଳିଛି। ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି।
ଆଫଗାନିସ୍ତାନରେ ବ୍ୟାପକ ହେଉଛି ହିଂସା। ତାଲିବାନ ପକ୍ଷରୁ ଗୋଟିଏ ପରେ ଗୋଟିଏ ଅଂଚଳକୁ କବ୍ଜା କରିବା ପରେ ରାଷ୍ଟ୍ରପତି ପଦରୁ ଗତକାଲି ଇସ୍ତଫା ଦେଇଥିଲେ ଅସରଫ୍ ଘନି। ତେବେ ନିଜ ପଦରୁ ଇସ୍ତଫା ଦେବା ପରେ କାବୁଲ୍ ଛାଡ଼ି ଛାଲିଯିବା ନେଇ ସୂଚନା ମିଳିଛି। କିନ୍ତୁ ଦୁଃଖର କଥା ହେଉଛି ଘନିଙ୍କୁ ତାଜିକସ୍ତାନରେ ରହିବାକୁ ଜାଗା ମିଳିନାହିଁ। ଏନେଇ ଘନି ସୋସିଆଲ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛି ।
ଆଜିଠୁ ପୁରୀ ଜିଲ୍ଲା ବାହାରର ଲୋକେ ସ୍ୱର୍ଗଦ୍ୱାରରେ ଶବସତ୍କାର କରିପାରିବେ। କୋଭିଡ୍ ହୋଇନଥିବା ଶବର ସତ୍କାର ଏଣିକି ସ୍ୱର୍ଗଦ୍ୱାରରେ କରାଯାଇପାରିବ । ଏପ୍ରିଲ ମାସ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି। ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ କୋଭିଡ କଟକଣା ଭିତରେ ଦାହ କରାଯାଉଥିଲା। କିନ୍ତୁ ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ଧା ଆରରେ ଶବ ସତ୍କାର ହେବ। ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରିପାରିବେ। ଶନିବାର ଓ ରବିବାର ସଟଡାଉନ ସମୟରେ ମଧ୍ୟ ଶବଦାହ କରାଯାଇପାରିବ।
ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍ରୁମ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନଙ୍କୁ କ୍ଲାସ୍ ରୁମ୍ ଭିତରକୁ ଛଡ଼ା ଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରି କ୍ଲାସ ରୁମରେ ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ପାଠପଢ଼ା ହେବ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଘାରିଲାଣି ତୃତୟ ଲହରର ଭୟ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହୁଛି। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ତୃତୀୟ ଲହର ଭୟକୁ ବଢାଇ ଦେଇଛି। ଏଥିସହିତ ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଅପେକ୍ଷାର ହେଲା ଅନ୍ତ । ଖୋଲିଲା ଶ୍ରୀମନ୍ଦିର। ମହାବାହୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ମିଳିଲା ଭକ୍ତଙ୍କୁ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା। ସକାଳୁ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି