ଏମାନେ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି। କହିଛନ୍ତି, ଏହା ଆମ ପାଇଁ ଅପୂର୍ବ ସୁଯୋଗ। ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛୁ। ଦେଖନ୍ତୁ କେମିତି ରଥ ଟାଣୁଛନ୍ତି ବାହୁବଳି ସେବାୟତ।
କରୋନା କଟକଣା ମଧ୍ୟରେ ପାଳିତ ହେଉଛି ରଥଯାତ୍ରା। ଭକ୍ତଙ୍କ ପାଇଁ ବର୍ଷକ ପରେ ତିନି ଠାକୁର ବଡଦାଣ୍ଡକୁ ବାହାରି ଆସିଛନ୍ତି। ହେଲେ ଠାକୁରଙ୍କୁ ଦେଖିବାର ସୌଭାଗ୍ୟ ମିଳିନି ଭକ୍ତଙ୍କୁ। ତେଣୁ ଦୂରରୁ ଥାଇ ଭକ୍ତଙ୍କ ଭକ୍ତି ନୈବେଦ୍ୟ....
ଜଗନ୍ନାଥଙ୍କ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ବିଶ୍ବର ଶୁଭ ମନାସିଲେ, ମହାପ୍ରଭୁଙ୍କ କୃପାରୁ କରୋନା ରୋଗ ଦୂରେଇ ଯାଉ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲେ ଶଙ୍କରାଚାର୍ଯ୍ୟ
ବଡ଼ ଦାଣ୍ଡରେ ତିନି ଠାକୁର,ବହ୍ମାଣ୍ଡ ନାୟକ ସେ । ବଡ଼ଦାଣ୍ଡକୁ ପହଣ୍ଡି କରି ଝୁଲି ଝୁଲି ଆସୁଛନ୍ତି ତିନି ଠାକୁର । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଯାଉଛନ୍ତି ଗୁଣ୍ଡିଚା ଘର ।
ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ବଡ଼ଭାଇ ବଳଭଦ୍ର। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀବଳଭଦ୍ରଙ୍କୁ ଟାହିଆ ଲାଗୁ କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ବଳଭଦ୍ର।
ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଛି
ଶ୍ରୀଜିଉଙ୍କର ଆରମ୍ଭ ହେଲା ପହଣ୍ଡି। ଅପେକ୍ଷାର ହେଲା ଅନ୍ତ। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ସୁଦର୍ଶନ। ସାତ ପାହାଚ ଓ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେଉଛନ୍ତି ସୁଦର୍ଶନ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀଜିଉ।
ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ବଡ଼ଭାଇ ବଳଭଦ୍ର। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀବଳଭଦ୍ରଙ୍କୁ ଟାହିଆ ଲାଗୁ କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ବଳଭଦ୍ର।
ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯେଉଁଠି ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା
ଇତିହାସର ପୁନରାବୃତ୍ତି। ପୁଣି ଭକ୍ତ ବିନା ଘୋଷଯାତ୍ରାରେ ବାହାରିବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗତଥର ଭଳି ଏଥର ବି ଭକ୍ତବିନା ବଡ଼ାଦଣ୍ଡରେ ଗଡ଼ିବ ତିନି ରଥ। କାଲି ପ୍ରତ୍ୟୁଷରୁ ଯାତ୍ରା ପାଇଁ ଶ୍ରୀଜିଉ ସଜବାଜ ହେଉଥିବା ବେଳେ ଏପଟେ କିନ୍ତୁ ଚର୍ମନେତ୍ରରେ ଦର୍ଶନରୁ ପୁଣି ବଞ୍ଚିତ ହେବାକୁ ଯାଉଥିବାରୁ କାନ୍ଦି ଉଠିଛି ଭକ୍ତ ପ୍ରାଣ।
ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ବଢିଛି ରାଜ୍ୟର ଆଶା। ଏଠାରୁ ହିଁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କ କାର୍ଯ୍ୟ କାଳରେ ରେଳ ଭିତ୍ତିଭୂମି ବିକାଶରେ ଓଡ଼ିଶା ଅଗ୍ରାଧିକାର ପାଇବ ବୋଲି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳମାନେ ଆଶା ବାନ୍ଧିଛନ୍ତି।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ।
ମହାବାତ୍ୟା ଭଳି ମାଡ଼ିଆସିଥିବା ମହାମାରୀରେ କେତେ କେତେ ପରିବାର ଉଚ୍ଛନ୍ନ ହୋଇଯାଉଛି ।କାହା ଜୀବିକା ଚାଲିଯାଉଛି ତ ଆଉ କାହାର ଜୀବନ। କେଉଁଠି ବୟସକୁ ଜାଣିବା ଆଗରୁ ଶୈଶବ ଅବସ୍ଥାରେ ବାପ ଛେଉଣ୍ଡ ହୋଇଯାଉଛି ସନ୍ତାନଟିଏ ତ ଆଉ କେଉଁଠି ମୂରବି ଶୂନ୍ୟ ହୋଇଯାଉଛି ଘର ପରିବାର।
ଯେଉଁ ବୟସରେ ଘରେ ବସି ପୁଅବୋହୂଙ୍କ ସେବା ପାଇବା କଥା, ସେହି ବୟସରେ ବିଛଣାରେ ପଡ଼ିଥିବା ପୁଅର ସେବାରେ କଟୁଛି ସମୟ। ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ। ଦିନ ମଜୁରିଆ ପୁଅ ବିଛଣାରେ ପଡ଼ିବା ପରେ ପର ଦୁଆରେ ହାତପାତି ଯାହା ପାଉଛନ୍ତି, ସେଥିରେ ଚଳୁଛନ୍ତି । ଚିକିତ୍ସା କଥା ପଚାରେ କିଏ ? ଏବେ ସରକାରୀ ସହାୟତାକୁ ଅପେକ୍ଷା . . .
ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ। ସରିଲାଣି କପଡ଼ା ଲଗା। ଦୁଇଦିନ ପରେ ମହାପ୍ରଭୁ ବାହାରିବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ। ରାତିରେ ରଥଖଳାରୁ ତିନି ରଥର ଦର୍ଶନ କରି ମୁଣ୍ଡିଆ ମାରନ୍ତୁ
ଦ୍ୱିତୀୟ ଲହରର ନିଆଁ ପ୍ରଶମିତ ନହେଉଣୁ, ପୁଣି ବିପଦକୁ ଡାକୁଛି ଲୋକଙ୍କ ବେପରୁଆ ପଣ। ସହର ବଜାର ଓ ପର୍ଯ୍ୟଟନ ସ୍ଥଳୀରେ ଅସମ୍ଭବ ଭିଡ଼, ଧିମା ପଡ଼ିଥିବା ସଂକ୍ରମଣକୁ ପୁଣି କାଳେ ବଢ଼ାଇଦେବ, ସେଇ ଆଶଙ୍କାରେ କେନ୍ଦ୍ର ସରକାର। ହେଲେ ଲୋକେ ଯେମିତି ନିଦାବିଷ୍ଣୁ କାହାର କିଛି ପରଓ୍ୱାୟ ନାହିଁ।
କ’ଣ ଆପଣ ଜାଣନ୍ତି ହ୍ୱେଲ୍ ମାଛର ଶବ୍ଦ ସମୁଦ୍ରର ଗଭୀରତା ମାପିପାରେ ! ହେଲେ କେମିତି ଦେଖନ୍ତୁ ପୁରା ରିପୋର୍ଟ।
ଯେଉଁ ହାତ ଦିନେ ବିଦେଶରେ ଖାଦ୍ୟ ତିଆରି କରି ମନ ମୋହୁଥିଲା, ସେହି ହାତ ଆଜି ଭିଟାମାଟିରେ ନିକିତି ଧରି ବଞ୍ଚିବାର ରାହା ଖୋଜୁଛି। ଯିଏ ଦିନେ ଷ୍ଟାର୍ ହୋଟେଲର କୁକ୍ ଭାବେ କିମିଆ କରିଥିଲେ ରୁଷ୍ ଲୋକଙ୍କୁ, ସିଏ ଆଜି ରାସ୍ତାକଡ଼ର ପରିବା ବିକାଳି ହୋଇଛନ୍ତି
ବୁଡ଼ ପକାଇବା ବେଳେ ଅଘଟଣ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀର ଗୁପ୍ତାର ଘାଟରେ ବୁଡ଼ ପକାଇବା ବେଳେ ଗୋଟିଏ ପରିବାରର ୧୨ଜଣ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ୍ୟୁ ହୋଇ ଯାଇଛି ଏବଂ ୩ ଜଣଙ୍କୁ ଉଦ୍ଧାର କରାଯାଇଛି ।
୨ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାରେ BSFର ପାଇଲଟ ପଣ୍ଡିତଙ୍କ କାମକୁ ପ୍ରଶଂସା କରିଛନ୍ତି ଡିଜିପି । ଏହାସହ CRPFର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି ପ୍ରଶଂସା କରିଛନ୍ତି
ସୋଲରେ ତିଆରି ସୁନ୍ଦର ସୁନ୍ଦର ଫୁଲ ମାଳ। ଏସବୁରେ ସଜେଇ ହେବେ ଶ୍ରୀଜିଉଙ୍କ ତିନି ରଥ। ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିରୁ ମହାପ୍ରଭୁଙ୍କ ସେବା ପାଇଁ ଯିବ ଏହି ସୋଲ ଫୁଲ। ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଏହି ସେବା କରିବାର ସୁଯୋଗ ପାଇ କେତେ ଖୁସି ଭୋଇ ପରିବାର ? କେମିତି ପ୍ରସ୍ତୁତ ହୋଇଥାଏ ସୋଲ ଫୁଲ ? କେବେଠାରୁ ଓ କେତେ ଦିନ ଲାଗିଥାଏ ଏହାକୁ ତିଆରି କରିବାକୁ, ଜାଣନ୍ତୁ ଏହି ଭିଡ଼ିଓରୁ
ଆଜି ଜଗନ୍ନାଥ ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ବନକଲାଗି ନୀତି ପରେ ନୂଆ ରୂପରେ ଅତି ସୁନ୍ଦର ଦିଶୁଛନ୍ତି ମହାପ୍ରଭୁ, କାଲି ଉଭା ଯାତ୍ରା ପରେ ପରେ ସୋମବାର ଦିନ ଘୋଷଯାତ୍ରାରେ ବାହାରିବେ ଶ୍ରୀଜିଉ
ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି। ଖାଇବା ତେଲ ୨୦୦ ଟଙ୍କା ଅତିକ୍ରମ କରିଛି। ଏହାକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି।
ଜୁଲାଇ ୧ ତାରିଖ ସମ୍ବଲପୁରରୁ ଯାତ୍ରା ଆରମ୍ଭ କଲେ, ଆଜି ଆସି ପହଞ୍ଚିଛନ୍ତି କାଳିଆର ସିଂହ ଦୁଆରେ।