Bhubaneswar Youth
ଜୀବନ ଯୁଦ୍ଧରେ ହାରିଗଲେ କଟକର ଦିବ୍ୟରଞ୍ଜନ ବେହେରା । କରୋନାରେ ପୀଡିତ ହୋଇଥିଲେ ଦିବ୍ୟରଞ୍ଜନ । ଭୁବନେଶ୍ବରରେ ତାଙ୍କର ଇକମୋ ଚିକିତ୍ସା ଚାଲିଥିଲା ବେଳେ ଜୀବନ ଦୀପ ଲିଭିଯାଇଥିଲା ଦିବ୍ୟରଞ୍ଜନଙ୍କର । ଚିକିତ୍ସା ପାଇଁ ଅନେକ ଲୋକଙ୍କୁ ସାହାଯ୍ୟ ମାଗିଥିଲେ ହେଲେ ବହୁ ସାହାଯ୍ୟ ମିଳିବା ପରେ ମଧ୍ୟ ବଞ୍ଚି ପାରିଲେନି ଦିବ୍ୟରଞ୍ଜନ । ବର୍ଷକ ତଳେ ଦିବ୍ୟରଞ୍ଜନ ବିବାହ କରିଥିବା ବେଳେ ତାଙ୍କର ୩ ମାସର ପୁତ୍ର ସନ୍ତାନ ରହିଛି । ଦିବ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)