ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଖେଳୁଛି କି ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ ବା OSSSC? ସରକାରୀ ଚାକିରି ଖଣ୍ଡିକ ପାଇଁ ବାରଦୁଆର ହେଉଥିବା ପିଲାଙ୍କ କ୍ୟାରିୟର ପ୍ରତି କାହିଁକି ଏତେ ଦାୟିତ୍ୱହୀନତା? ପରୀକ୍ଷା ପରିଚାଳନା ପଛରେ ଚାଲିଛି କି ମହାଘୋଟାଲା? କାହିଁକି ବାରମ୍ବାର ସାମ୍ନାକୁ ଆସୁଛି ସାଂଘାତିକ ଅବ୍ୟବସ୍ଥାର ଚିତ୍ର? ଗତକାଲି ଏବଂ ଆଜିର ଦୁଇଟି ଚିତ୍ର ମଧ୍ୟରେ ବହୁତ୍ ଫରକ୍ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଏକ ଘରୋଇ ସଂସ୍ଥାର ସାଇବର୍ କାଫେରେ ବୈଷୟିକ ତ୍ରୁଟି ପାଇଁ ଗତକାଲି ଦିନ ତମାମ ପରୀକ୍ଷା ପରିଚାଳନାରେ କେମିତି ବିଭ୍ରାଟ ହୋଇଥିଲା, ତାହା ଜାଣିଛନ୍ତି ।
Published By: Satyendu Shekher Mishra
Last updated: 01 October 2024, 09:46 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।