• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ରାଜ୍ୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏହାକୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଜେ.ପି ନଡ୍ଡା ୧୦ ତାରିଖ ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚି ୧୨ ତାରିଖ ସଂଧ୍ୟା ଯାଏଁ ଓଡ଼ିଶାରେ ରହିବେ ।

ପୂର୍ବରୁ ସତ୍ୟଭାମାପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ସପ୍ତାହ ଭିତରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବା ନେଇ ଘୋଷଣା କରିଥିଲେ । ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମାର ସୁଫଳ ପାଇବେ । ଏହି ଯୋଜନାରେ ରାଜ୍ୟ ଭିତରେ ଓ ବାହାର ମେଡିକାଲ୍‌ରେ ଚିକିତ୍ସା ସୁବିଧା ମିଳିବ । ଏହା ମାଧ୍ୟମରେ ୨୯ ହଜାର ମେଡିକାଲ୍‌ରେ ଚିକିତ୍ସା ସୁବିଧା ମିଳିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । 

ତେବେ ଗତ ୨୧ ମାର୍ଚ୍ଚରେ ରାଜ୍ୟରେ ଆୟୁଷ୍ମାନ ଭାରତକୁ ମିଳିଥିଲା କ୍ୟାବିନେଟ ମଞ୍ଜୁରୀ । ଏନେଇ ଗୃହରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫଳରେ ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ ।

ଏହି ଯୋଜନା ଦ୍ବାରା ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି ।

ସେହିପରି ୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ ।

ଅଧିକ ପଢ଼ନ୍ତୁ: ବଦ୍ରି କହିଲେ, ଖେଳ ହୋଇଛି...! କଂଗ୍ରେସ କହିଲା ଏବେ ବି ବଳବତ୍ତର ବିଜେପି-ବିଜେଡି ମେଣ୍ଟ