ଯାହା ସଞ୍ଚିଥିଲେ ସବୁ ଝିଅ-ଜ୍ୱାଇଁଙ୍କୁ ଦେଇଦେଲେ। ଭାବିଥିଲେ ବୁଢା କାଳରେ ଆରାମରେ ଚଳିବେ ବୋଲି...ଟଙ୍କା ସମ୍ପତ୍ତି ନେବା ପରେ ଘରୁ ବାହାର କରିଦେଲେ ଝିଅ ଜ୍ୱାଇଁ।
ଆପଣ କେବେ କଳ୍ପନା କରିଛନ୍ତି କି ଗୋଟିଏ ଘର, କିପରି ଦୁଇଟି ଭିନ୍ନ ରାଜ୍ୟର ସୀମାରେ ଠିଆ ହୋଇଛି? ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।
ଏଇ ମେଡିକାଲକୁ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ...କାରଣ ଚାହୁଁଚାହୁଁ ଗାଏବ ହୋଇଯାଉଛି ମୋବାଇଲ ଫୋନ୍
ଛାତ୍ରକୁ ନେଇ ଫେରାର ହୋଇଗଲେ ଟ୍ୟୁସନ ଦିଦି । ଛାତ୍ରକୁ ନିଜ ପ୍ରେମ ଜାଲରେ ଫସାଇ ଫେରାର ହେବା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଏବେ ଅଭିଯୋଗ ହୋଇଛି ।
ମାଲକାନଗିରି ଜିଲ୍ଲା ଏମଭି-୭୯ ନିକଟ ଲାଚିପେଟା ଗାଁର ଭଜା ସାଲବମ ନାମକ ବ୍ୟକ୍ତି କିଡନୀ ରୋଗରେ ଗୁରୁତର ହୋଇ ଘରେ ପଡିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ରକ୍ତ ଦେଇ ବଞ୍ଚାଇଲେ ଜୀବନ ।
ଉଠୁଛି ପଡ଼ୁଛି ସାରା ପରିବେଶ..ବାହାଘରିଆ ପ୍ରୋସେସନ ନୁହେଁ ଯବାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବାକୁ ଏ ହେଉଛି ଆୟୋଜନ..
ଜୀବନ ଯନ୍ତ୍ରଣାରେ ଅତିଷ୍ଠ ହୋଇ ହାତରେ ମୃତ୍ୟୁର ନିବେଦନ ପତ୍ର ଧରି ଠିଆ ହୋଇଛନ୍ତି ଦିବ୍ୟାଙ୍ଗ ଦମ୍ପତି.. ରାଷ୍ଟ୍ରପତିଙ୍କୁ ମାଗୁଛନ୍ତି ଇଚ୍ଛାମୃତ୍ୟୁ..
ମାଇକ୍ ଯୋଗେ ସଚେତନ କରୁଛି ପୋଲିସ.. ପୁଣି ଦବିଲାଣି ସେତୁ.. ଆଜି ଗଡ଼ିବନି ଗାଡ଼ି..
କାନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ମଡେଲ୍ ଧରି ନବୀନ ନିବାସ ମୁହାଁ ଯୁବକ.. କୋଉଠି କୁହୁଡ଼ି, କୋଉଠି ଜାଡ଼.. ନା ଟାଣ ଖରାକୁ ତାଙ୍କର ଖାତିର୍.. ଏତେ ସବୁ ପରେ ବି ଥକୁନି ପାଦ.. ୟେ ଓଡ଼ିଆ ଟୋକାର ପାରିବା ପଣିଆ..
ତାମିଲନାଡ଼ୁର ଜଣେ ବୃଦ୍ଧ ନିଜର ସର୍ବସ୍ୱ ଗରିବ ପିଲାଙ୍କ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କ ପାଖରେ କୁଟା ଖଣ୍ତିକ ନଥାଇ ବି ସେ ଏବେ ବିଶ୍ୱର ସବୁଠୁ ବଡ଼ ଧନୀ ।
ଏପରି ଜଣେ ବସ୍, ଯିଏ କର୍ମଚାରୀଙ୍କ ପାଇଁ ଖ୍ରୀଷ୍ଟମାସ ବୋନସ୍ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।
ଜିଆଖତ ଦେଲା ଲକ୍ଷାଧିକ ରୋଜଗାର.. ଏଥର ଘର ଖର୍ଚ୍ଚ ଉଠାଉଛନ୍ତି ମହିଳା
ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ନ୍ୟାୟ ମାଗୁଛନ୍ତି ଖଗେଶ୍ୱର
ପ୍ରେମିକକୁ ସିନ୍ଧୁକରେ ଲୁଚାଇ ରଖିଥିଲେ ବିବାହିତ ମହିଳା ଜଣକ । ହେଲେ ସନ୍ଦେହ ହେବାରୁ ପରିବାର ଲୋକ ପୋଲିସକୁ ଡାକିଥିଲେ ।
ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।
ଜଣେ ବୃଦ୍ଧ ଦୀର୍ଘ ୪୨ ବର୍ଷ ହେଲାଣି ଭାତ ଖାଉ ନାହାନ୍ତି। ସେ ରୁଟି, ଚୁଡ଼ା, ମୁଢି, ମାଛ, ମାଂସ ସବୁ ଖାଉଛନ୍ତି କିନ୍ତୁ ଭାତ ଖାଉ ନାହାନ୍ତି। ବୃଦ୍ଧ ଜଣକ ଭାତ ନଖାଇବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଏବେ ରାକ୍ଷୀଙ୍କ ଭବିଷ୍ୟତ କ’ଣ ହେବ ? ବାହାଘର ଦିନ ଧୋକା ଦେଲା ବର
ସ୍ୱାମୀ ଯିବା ପରେ ସବୁ କିଛି ଅନ୍ଧାର। ଘର ଚଳିବାକୁ ଟଙ୍କା ନାହିଁ କି ଖାଇବାକୁ କିଛି ନାହିଁ। ପାଠ ପଢିବାକୁ ପିଲାଙ୍କ ମନରେ ଭରି ହୋଇ ରହିଛି ଆଶା..ସାହାଯ୍ୟ ମିଳିଲେ ପାଠ ପଢିବେ ପିଲା, ଚଳିବ ପରିବାର
ବାଧକ ସାଜିଲାନି ବୟସ...ଧାନ ବିଲରେ ଏଇମାନଙ୍କର ଗଢି ଉଠିଥିଲା ପ୍ରେମ। ବର ୬୩କୁ କନିଆ ୬୫। ଏବେ ମଣ୍ଡପରେ ହେଲା ବାହାଘର...
ବାପା ଚାଲିଗଲେ, ମାଆ ପ୍ରେମିକ ସହିତ ଫେରାର ହୋଇଗଲା। ବୁଢା ଜେଜେବାପା-ମାଆଙ୍କ କୋଳରେ ବଢିଲା କୁନି ପୁଅ ମହାନ୍। କଷ୍ଟେମଷ୍ଟେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ସିନା ପାଠ ପଢାଇଲେ ଏବେ କିନ୍ତୁ ପାଠ ପାଇଁ ଅଣ୍ଟିରେ ନାହିଁ ଧନ। ସରକାରୀ ସହାୟତା ମିଳିବେ ଏବେ ପାଠ ପଢିପାରିବ ମହାନ୍।
ଆଜି ବି ଗାଁ ଗାଁରେ ବଞ୍ଚିଛି ପରମ୍ପରା। ଯୁଗ ଡିଜିଟାଲ ହେଲାଣି ହେଲେ ଭାଗବତ ଟୁଙ୍ଗୀର ମୋହ ଛାଡିପାରିନାହାନ୍ତି ଲୋକ
ମନରେ ଇଚ୍ଛା ଥିଲେ ସବୁ ସମ୍ଭବ। ଦିନେ ଛେଳି, ଗାଈ ଜଗୁଥିଲେ...ଏବେ ସୀମା ଜଗିବେ। ମାଆ ଚାଲିଗଲା ପରେ ବାପା ବି କୁଆଡେ ପଳେଇଲେ...ହେଲେ ଜୀବନ ଯୁଦ୍ଧରେ ହାର ନମାନି ଦିନରାତି ପରିଶ୍ରମ କରୁଥିଲେ। ଏବେ ଅଗ୍ନିବୀରରେ ସାମିଲ ହେଲେ
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତ, ୮ରେ ନେବ ବାତ୍ୟା ରୂପ । ଏନେଇ ଆଜି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ସ୍ୱାମୀ ସାଙ୍ଗ ସହ ଫେରାର ହୋଇଗଲା ସ୍ତ୍ରୀ। ଘରେ ଅଛନ୍ତି ଦୁଇ ଦୁଇଟି ପିଲା...ଥରେ ଯାଇଥିଲା ହେଲେ ଫେରିଥିଲା। ଏବେ ଗଲା ପରେ ବଞ୍ଚି ଥାଉ ଥାଉ ଜୀଅନ୍ତା ପିଣ୍ଡ ଦେଇଦେଲେ ସ୍ୱାମୀ
ଆଖିରେ ଆଖିଏ ଲୁହ ନେଇ କାନ୍ଦୁଛନ୍ତି ବୃଦ୍ଧ ବୃଦ୍ଧା। ଜନ୍ମକଲା ପୁଅ ପୋଷିପାରିଲାନି କିମ୍ୱା ବୋହୂ ପଚାରିଲାନି , ଶେଷରେ ଏଇ ବୃଦ୍ଧାଶ୍ରମରେ ଜୀବନ କାଟୁଛନ୍ତି ଅସହାୟ ବୃଦ୍ଧ ବୃଦ୍ଧା ।