• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳା ଭିକାରୀଙ୍କ ପାଖରେ କୋଟି କୋଟି ଟଙ୍କା । ଅନ୍ୟ ସାମ୍ନାରେ ହାତ ପାତି କୋଟିପତି ହୋଇଯାଇଛନ୍ତି ଜଣେ ମହିଳା । ରାସ୍ତା କଡ଼ରେ ଭିକ ମାଗୁଥିବା ଜଣେ ମହିଳାଙ୍କୁ ଗିରଫ କରିବା ପରେ ତାଙ୍କ ସମ୍ପତ୍ତି ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ମହିଳାଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି । କେବଳ ଏତିକି ନୁହେଁ ତାଙ୍କଠାରୁ ଏକ ବିଳାସପୂର୍ଣ୍ଣ କାର ମଧ୍ୟ ମିଳିଛି । ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିର ଏପରି ଘଟଣା ଘଟିଛି ।

ନିକଟରେ ଆବୁଧାବି ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ତାଙ୍କଠାରୁ ଏକ ବିଳାସପୂର୍ଣ୍ଣ କାର ଏବଂ ବହୁ ନଗଦ ଟଙ୍କା ଜବତ କରାଯାଇଛି । ବନ୍ଧା ହୋଇଥିବା ମହିଳା ଜଣକ ପ୍ରତିଦିନ ବିଭିନ୍ନ ସ୍ଥାନରେ ଭିକ ମାଗୁଥିଲେ ଏବଂ ତା’ପରେ ନିଜର ବିଳାସପୂର୍ଣ୍ଣ କାରରେ ଘରକୁ ଫେରି ଯାଉଥିଲେ ।

ବର୍ଷ ବର୍ଷ ଧରି ଏସବୁ ଚାଲିଥିଲା । ହେଲେ ଦିନେ ସେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଘେରକୁ ଆସିଥିଲେ । ପରେ ସେ ମହିଳାଙ୍କ ପିଛା କରିଥିଲେ ଓ ନଜର ରଖିବା ଆରମ୍ଭ କଲେ । ପରେ ମହିଳା ଭିକାରୀଙ୍କ ମିଛ ଧରାପଡ଼ିଥିଲା ଓ ମାମଲା ପୋଲିସ ପାଖରେ ପହଞ୍ଚିଥିଲା । ଖାନତଲାସୀ ବେଳେ ପୋଲିସ ମହିଳା ଭିକାରୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ କରିଛି ।

ମହିଳା ଜଣକ ଦୂର ସ୍ଥାନକୁ ଭିକ ମାଗିବା ଯିବା ସମୟରେ ସେ କାର ବ୍ୟବହାର କରିଥିଲେ। ବାକି ସମୟ କାରକୁ ପାର୍କିଂ ସ୍ଥାନରେ ରଖୁଥିଲେ । ବର୍ତ୍ତମାନ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଗଦ ଟଙ୍କା ଜବତ କରାଯାଇଛି ।

ସୂଚନାଯୋଗ୍ୟ ଗତ କିଛି ମାସ ମଧ୍ୟରେ ଆବୁଧାବି ପୋଲିସ ୧୫୯ ଭିକାରୀଙ୍କୁ ଗିରଫ କରିଛି । ଏଥିରେ ଜଣେ ମହିଳାଙ୍କ ଠାରୁ କୋଟି କୋଟି ଟଙ୍କା ଜବତ କରାଯାଇଛି । ଅଧିକାରୀଙ୍କ କହିବା ଅନୁସାରେ, ଭିକ ମାଗିବା ଏକ ସାମାଜିକ ଅଭିଶାପ । ଏହା ସମାଜର ସୁନ୍ଦର ଭାବମୂର୍ତ୍ତିକୁ ଖରାପ କରିଥାଏ । ୟୁଏଇରେ ଭିକ ମାଗିବା ଏକ ଅପରାଧ ।

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ତିନି ମାସ ଜେଲଦଣ୍ଡ ସହିତ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିପାରେ । ଏଥି ସହିତ ସଂଗଠିତ ଭିକ ମାଗୁଥିବା ଲୋକଙ୍କୁ ଛଅ ମାସ ଜେଲ ଏବଂ ୨୨ ଲକ୍ଷ ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି ।