Advertisment

ଅର୍ନ୍ତଜାତୀୟ ଖେଳାଳିରୁ ପାଲଟିଗଲେ ରାତି ଜଗୁଆଳି

ରାତି ହେଲେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କ୍ୟାଂପସ୍ ଜଗୁଛନ୍ତି ଆକାଶ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Handball Player Who Represented India Now Turns Night Watchman

Odisha handball player who represented India now turns night watchman

ଜୀବନ ଜଞ୍ଜାଳର ନିଆଁରେ ତରଳି ଯାଉଛି ସ୍ବପ୍ନ। ଥପ୍ ଥପ୍ ହୋଇ ବହିଯାଉଛି ଆଖି ଦେଇ... ଲୁହ ହୋଇ...  ଦିନ ଥିଲା ଜର୍ସିକୁ ପିନ୍ଧିଦେଲେ ଗର୍ବରେ ଫୁଲିଉଠୁଥିଲା ଛାତି। ବଡ଼ ବଡ଼ ଅକ୍ଷରରେ ଲେଖାଥିଲା ଇଣ୍ଡିଆ ହେଲେ ଆଜି ବଦଳି ଯାଇଛି ୟୁନିଫର୍ମ, ବଦଳି ଯାଇଛି ପରିଚୟ। ଇଣ୍ଡିଆ ବଦଳରେ ଛାତି ଉପରେ ଲେଖାରହିଛି ସିକ୍ୟୁରିଟି। କାରଣ ଗତକାଲିର ଅନ୍ତର୍ଜାତୀୟ ଖେଳାଳି, ଆଜି ଜଣେ ରାତି ଜଗୁଆଳି।

Advertisment

ପୁରୀ ର ଆକାଶ ପଟ୍ଟନାୟକ  ଅନ୍ତର୍ଜାତୀୟ ହ୍ୟାଣ୍ଡବଲ୍ ଖେଳାଳି। ୨୦୧୯ରେ ଭାରତୀୟ ହ୍ୟାଣ୍ଡବଲ୍ ଫେଡେରସନ୍ ପକ୍ଷରୁ ଖେଳି, ସୁଦୁର ଉଜବେକିସ୍ତାନରୁ ଦେଶ ପାଇଁ ଆଣିଥିଲେ ରୌପ୍ୟପଦକ। ଭାବିଥିଲେ ଦିନେ ସିଏ ବି ସାଜିବେ ସୁନାପୁଅ। ଭାରତକୁ ଭେଟିଦେବେ ଗୋଲ୍ଡ ମେଡାଲ୍। ହେଲେ ସବୁ ସ୍ବପ୍ନ, ସବୁ ଆଶା ମରି ମରି ଯାଉଛି... ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି।

ଅଧିକ ପଢ଼ନ୍ତୁ: ଦିନେ ଦେଶ ପାଇଁ ଖେଳୁଥିଲେ ନାଁ କରୁଥିଲେ, ଏବେ କରୁଛନ୍ତି ଖାଦ୍ୟ ଡେଲିଭରୀ.. ଦେଖନ୍ତୁ ଭିଡିଓ

Advertisment

ବାପାଙ୍କ ଦେହାନ୍ତ ପରେ ପାଞ୍ଚ ପ୍ରାଣୀ କୁଟୁମ୍ବର ବୋଝ ଆକାଶଙ୍କୁ ବାଧ୍ୟ କରିଛି ସିକ୍ୟୁରିଟି ଗାର୍ଡ ଚାକିରି କରିବାକୁ। ରାତି ହେଲେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କ୍ୟାଂପସ୍ ଜଗୁଛନ୍ତି ଆକାଶ। ଆଉ ଦିନ ବେଳା ପଡ଼ିଆରେ ଜାରି ରଖିଛନ୍ତି ଅଭ୍ୟାସ। କିଛି ପିଲାଙ୍କୁ ଟ୍ରେନିଂ ବି ଦେଉଛନ୍ତି। ଭାବିଛନ୍ତି ସରକାରୀ ପ୍ରୋତ୍ସାହନ କିଛି ମିଳିଲେ, ପୁଣି ହୁଏତ ଗଢ଼ିପାରିବେ ନିଜର ସ୍ପୋର୍ଟସ କ୍ୟାରିୟର। ତେଣେ ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ କହିଛନ୍ତି, ଆକାଶ ଲିଖିତ ଭାବେ ତାଙ୍କର ଅସୁବିଧା ସଂପର୍କରେ ଜଣାଇଲେ, ନିଶ୍ଚିତରୂପେ ଆବଶ୍ୟକ ସହଯୋଗ କରାଯିବ। ଓଡ଼ିଶା ସରକାରଙ୍କ କ୍ରୀଡ଼ାକୁ ପ୍ରୋତ୍ସାହନ ଡିଣ୍ଡିମ ଆଗରେ, ଫିକା ପଡ଼ିଯିବନି ତି ଆକାଶଙ୍କ ଗୁହାରି... ତାହା ତ କେବଳ ସମୟ କହିବ।

(ପୁରୀରୁ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ)

Special Story
Advertisment
Advertisment