Advertisment

“ସରକାର ସାହାଯ୍ୟ କଲେ ମୁଁ ବଡ ଦୋକାନ କରିବି, ଭଲରେ ଚଳିବି”

ମେଂଟ୍ରା ଯେତେବେଳେ ଛୋଟ ଥିଲେ ସେହି ସମୟରେ ବାପା କାଳୁ ମଲ୍ଲିକ ଚାଲିଯିବା ପରେ ମାଆ ଛୋଟରୁ ବହୁ କଷ୍ଟରେ ପାଳି ପୋଷି ବଡ଼ କରିଛନ୍ତି। ଆଉ ମାଆର କଷ୍ଟକୁ ଠିକ୍‌ରେ ବୁଝିପାରିଛନ୍ତି ମେଂଟ୍ରା। ତେଣୁ ଦୋକାନ ଖଣ୍ଡିଏ କରି ମେଂଟାଉଛନ୍ତି ନିଜର ଗୁଜୁରାଣ। ସବୁଠୁ ଆଶ୍ଚର୍ଯ୍ୟର କଥା ମେଣ୍ଟ୍ରା ଶାରୀରିକ ଭାବେ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
Divyanga Need Help

Dibyanga Need Help

ଜନ୍ମରୁ ଦୁଇଟି ଯାକ ଗୋଡ ନାହିଁ। ଚାଲିବା ତାଙ୍କ ପାଖରେ ସମ୍ଭବ ନୁହେଁ। ହେଲେ ସେ ଆଜିକା ଦୁନିଆରେ ହାର ମାନିନାହାନ୍ତି କି ଥକି ପଡିନାହାନ୍ତି। ଦିବ୍ୟାଙ୍ଗ ହେବା ପରେ ବି ନିଜର ଗୋଟିଏ ଛୋଟ ଦୋକାନ କରିଛନ୍ତି। ସେଥିରୁ ଯେତିକି ଟଙ୍କା ରୋଜଗାର ହେଉଛି ସେଥିରେ ନିଜ ପେଟକୁ ଦାନା ଦେବା ସହିତ ବୁଢୀ ମାଆ ମୁହଁରେ ଦେଉଛନ୍ତି ଆହାର।

Advertisment

ଗଜପତି ମୋହନା ଚଢ଼ିଆପଦା ଗାଁର ଦିବ୍ୟାଙ୍ଗ ଯୁବକ ମେଣ୍ଟ୍ରା ମଲ୍ଲିକ । ବୟସ ପ୍ରାୟ ୩୦ ହେବ । ଜନ୍ମରୁ ଗୋଡ ଦୁଇଟି ଯାକ ଅଚଳ ହୋଇଯାଇଛି। କିନ୍ତୁ ରୋଜଗାର କରିବାକୁ ଯେମିତି ସଂକଳ୍ପ କରିଛନ୍ତି। ଆଉ ସେହି ଅବସ୍ଥାରେ ଦୁଇଟି ହାତରେ ଘୁଷୁରୀ ଘୁଷୁରୀ ଯାଇ ଦୋକାନ ଖୋଲୁଛନ୍ତି ମେଂଟ୍ରା। ଖାଲି ଦୋକାନ ଖୋଲୁଛନ୍ତି ତାହା ନୁହେଁ ବରଂ ଦୋକାନରୁ ଯେତିକି ରୋଜଗାର ହେଉଛି ସେତିକିରେ ବେଶ୍‌ ହସଖୁସିରେ ସଂସାର ରଥକୁ ଆଗକୁ ନେଉଛନ୍ତି ମେଂଟ୍ରା।

ଅଧିକ ପଢ଼ନ୍ତୁ: ବନ୍ଧା ପଡ଼ିଛି ସାଟିଫିକେଟ୍ ! ଦୁଇ ବର୍ଷ ହେଲା ଉଚ୍ଚଶିକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

Advertisment

ମେଂଟ୍ରା ଯେତେବେଳେ ଛୋଟ ଥିଲେ ସେହି ସମୟରେ ବାପା କାଳୁ ମଲ୍ଲିକ ଚାଲିଯିବା ପରେ ମାଆ ଛୋଟରୁ ବହୁ କଷ୍ଟରେ ପାଳି ପୋଷି ବଡ଼ କରିଛନ୍ତି। ଆଉ ମାଆର କଷ୍ଟକୁ ଠିକ୍‌ରେ ବୁଝିପାରିଛନ୍ତି ମେଂଟ୍ରା। ତେଣୁ ଦୋକାନ ଖଣ୍ଡିଏ କରି ମେଂଟାଉଛନ୍ତି ନିଜର ଗୁଜୁରାଣ। ସବୁଠୁ ଆଶ୍ଚର୍ଯ୍ୟର କଥା ମେଣ୍ଟ୍ରା ଶାରୀରିକ ଭାବେ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି । କିନ୍ତୁ ସରକାରଙ୍କ ଯୋଜନା ଯେମିତି ୟାଙ୍କ ପାଖରେ ପହଞ୍ଚିପାରିନି। ସରକାରୀ ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୫ ଶହ ଟଙ୍କା ଓ ୩୫ କେଜି ଚାଉଳ । ସେତିକିରେ ଆଜିକା ମହରଗ ଯୁଗରେ ପରିବାର କେମିତି ଚଳୁଥିବ ତାହା କହିବାର ଆବଶ୍ୟକତା ନାହିଁ।

ସରକାରୀ ସହାୟତା ଲାଗି ବାରମ୍ବାର ପ୍ରଶାସନ ପାଖକୁ ଦଉଡିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି, ମେଣ୍ଟ୍ରାଙ୍କୁ ଖୁବଶୀଘ୍ର ଟ୍ରାଇ ସାଇକେଲ ଓ ଦୋକାନ ପାଇଁ ଡି.ଆର.ଆଇ ଲୋନ ମିଳିବ। ଆବାସ ଯୋଜନାରେ ସେ କେମିତି ଘର ଖଣ୍ଡିଏ ପାଇବେ ସେନେଇ ପଦକ୍ଷେପ ନେବେ।

ଦିବ୍ୟାଙ୍ଗଙ୍କ ପାଇଁ ମାଳମାଳ ଯୋଜନା କରୁଛନ୍ତି ସରକାର। ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚିବା ନା ଧରୁନି। ଯାହାକୁ ନେଇ ଭାଗ୍ୟକୁ ଆଦରୁ ବଞ୍ଚୁଛନ୍ତି ହିତାଧିକାରୀ...

(ମୋହନାରୁ ମିହିର ଜତିଙ୍କ ରିପୋର୍ଟ)

Special Story Divyang
Advertisment
Advertisment